ରାଜ୍ୟ

ଭରତପୁର ଥାନା କର୍ମଚାରୀଙ୍କ ନିର୍ଯାତନା ମାମଲା ଓ ମହୁଲପୁଞ୍ଜି ଘଟଣା ଉପରେ ଆମ୍ ଆଦମୀ ପାର୍ଟିର ଚାରି ଦଫା ଦାବିପତ୍ର

0
(0)

ଭରତପୁର ଥାନା କର୍ମଚାରୀଙ୍କ ନିର୍ଯାତନା ମାମଲା ଓ ମହୁଲପୁଞ୍ଜି ଘଟଣା ଉପରେ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ପୋଲିସ ମହାନିର୍ଦ୍ଦେଶଙ୍କୁ ଆମ୍ ଆଦମୀ ପାର୍ଟି ଜିଲ୍ଲା ସଭାପତି ପଙ୍କଜ ନାୟକଙ୍କ ନେତୃତ୍ୱରେ ଚାରି ଦଫା ଦାବିପତ୍ର ପ୍ରଦାନ କରାଗଲା l ସୂଚନା ଥାଉକି, ଗତ ସେପ୍ଟେମ୍ବର ୧୫ତାରିଖ ଦିନ ସେନା ଅଧିକାରୀ ଗୁରୁବଂଶ ସିଂହ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନ କିଛି ଉଦଭ୍ରାନ୍ତ ଯୁବକ ମାନଙ୍କର ଦୌରାତ୍ମ୍ୟର ଶିକାର ହେବାପରେ ରାଜଧାନୀ ଉପକଣ୍ଠ ଭରତପୁର ଥାନାରେ ଅଭିଯୋଗ କରିବା ପାଇଁ ଯାଇ ଅତ୍ୟାଚାର ଶିକାର ହେବା ଘଟଣା ସାରା ଦେଶରେ ଆଲୋଡନ ସୃଷ୍ଟି କରିବା ସହ ଜନମାନସକୁ ଗଭୀର ଭାବେ କ୍ଷତାକ୍ତ କରିଛି ।

ଏହାଛଡା ଢେଙ୍କାନାଳ ଜିଲ୍ଲାର ବହୁ ଚର୍ଚ୍ଚିତ ମହୁଲ ପୁଞ୍ଜି ଗଣଧର୍ଷଣ ମାମଲାରେ ଆଜି ପର୍ଯ୍ୟନ୍ତ ପୋଲିସ ଚାର୍ଜସିଟ୍ ଦାଖଲ ନକରିବା ସାଧାରଣରେ ଚର୍ଚ୍ଚାର ବିଷୟ l ଆମ୍ ଆଦମୀ ପାର୍ଟି ତରଫରୁ ପୀଡ଼ିତା ମହିଳା ଓ ସେନା ଅଧିକାରୀଙ୍କ ପ୍ରତି ପୋଲିସ ଦ୍ବାରା ହୋଇଥିବା ଅକଥନୀୟ ନିର୍ଯାତନାର କଡ଼ା ଶବ୍ଦରେ ନିନ୍ଦା କରିବା ସହ ନିମ୍ନଲିଖିତ ୪ ଦଫା ସମ୍ବଳିତ ଦାବିପତ୍ର ପୋଲିସ ମହାନିର୍ଦ୍ଦେଶକଙ୍କୁ ଦିଆଯାଇଛି l ଯଥା : ଘଟଣାରେ ସଂପୃକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁକରି  ତୁରନ୍ତ ଗିରଫ କରଯାଉ। ପୀଡ଼ିତା ଓ ତାଙ୍କ ମେଜର ବନ୍ଧୁଙ୍କ ସୁରକ୍ଷା ଅବିଳମ୍ୱେ ବ୍ୟବସ୍ଥିତ କରାଯାଉ। ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମହୁଲପୁଞ୍ଜି ଗ୍ରାମରେ ଘଟିଯାଇଥିବା ଗଣବଳାତ୍କାର ମାମଲାରେ ତୁରନ୍ତ ଚାର୍ଜ ସିଟ ଦାଖଲ କରି ଦୋଷୀ ମାନଙ୍କୁ କଠୋର ଦଣ୍ଡ ବିଧାନ କରବା, ନିୟମ ମୁତାବକ ସମସ୍ତ ଥାନାରେ ସିସିଟିଭି ବ୍ୟବସ୍ଥା ରହିବା ଆବଶ୍ୟକ l ଭରତପୁର ଥାନାରେ ସିସିଟିଭିର ବ୍ୟବସ୍ଥା ରହିଥିଲେ ହୁଏତ ଏଭଳି ଅମାନବୀୟ ଘଟଣାର ଅନେକ ଦିଗ ଉନ୍ମୋଚିତ ହୋଇପାରିଥାନ୍ତା l ନୂଆ ଗୃହରେ ଭରତପୁର ଥାନା କାର୍ଯ୍ୟ ଆରମ୍ଭ ହୋଇ ସାରିଥିଲାବେଳେ କାହିଁକି ସିସିଟିଭି ସ୍ଥାପନ କରିବାରେ କର୍ତ୍ତୃପକ୍ଷ ବିଳମ୍ବ କରିଛନ୍ତି ତାହାର ବିଧିବଦ୍ଧ ଅନୁସନ୍ଧାନ କରି ରାଜ୍ୟର ସମସ୍ତ ଥାନାରେ ସିସିଟିଭି ତୁରନ୍ତ ବ୍ୟବସ୍ଥା କରିବା ନିମନ୍ତେ ଆପଣ ଯତ୍ନଶୀଳ ହେବାକୁ  ଅନୁରୋଧ।

ଦିନକୁ ଦିନ ରାଜଧାନୀ ଓ ରାଜ୍ୟର ବିଭିନ୍ନ ପ୍ରାନ୍ତରେ  ଅସାମାଜିକ ଯୁବକଙ୍କ ଦୋରତ୍ମ୍ୟ ଓ ଅରାଜକତା ଫଳରେ ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଭରତପୁର ଥାନା ଘଟଣା ଏବଂ ଢେଙ୍କାନାଳ ସଦର ଥାନା ମହୁଲପୁଞ୍ଜି ଘଟଣାକୁ ଅତି ସନ୍ତର୍ପଣର ସହ ବିଚାରକୁ ନେଇ ତ୍ୱରିତ ନ୍ୟାୟ ପ୍ରଦାନ ଦିଗରେ ଅଗ୍ରସର ହେବାକୁ ନିବେଦନ କରିଛି । ଏହି ଅବସରରେ ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ପଣ୍ଡା, ଜିତେନ୍ଦ୍ର ବେହେରା, ମୁନିସିପାଲିଟିର ବରିଷ୍ଠ ସଦସ୍ୟ ଉମାନନ୍ଦ ସାହୁ, ଦେବାଶିଷ ନନ୍ଦ, କଇନା ଦାସ, ସଦର ବ୍ଲକର ବରିଷ୍ଠ ସଦସ୍ୟ ପ୍ରସନ୍ନ ବରାଳ, ଜୟନ୍ତ ଦାସ, ଶୈଳେଶ ସୌରଭ ଦାସ, ମହିଳା ନେତ୍ରୀ ରଚିତା ନାଏକ, ସରସ୍ଵତୀ ପରିଡା, ନିରୁପମା ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply