ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଲେ ଅଚ୍ୟୁତ ସାମନ୍ତ
ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଲେ ବିଜେଡି ନେତା କିଟ ଏବଂ କିସ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ । ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଲୋକସଭା ଓ ରାଜ୍ୟସଭାରେ ତାଙ୍କୁ ସୁଯୋଗ ଦେଇଥିବାରୁ କୃତଜ୍ଞତା ଜଣାଇଲେ । ନବୀନ ମଧ୍ୟ ତାଙ୍କ ଏହି ପଦକ୍ଷେପ କୁ ଗ୍ରହଣ କରିବା ସହ ସମାଜସେବା ପୁର୍ବ ଭଳି ଜାରି ରଖିବାକୁ କହିଥିଲେ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ଅଚ୍ୟୁତ ସାମନ୍ତ ।
ସୂଚନା ଥାଉକି ୨୦୧୮ ମସିହାରେ ଅଚ୍ୟୁତ ସାମନ୍ତ ରାଜନୀତିରେ ପ୍ରବେଶ କରିଥିଲେ । ଅପ୍ରେଲରେ ପ୍ରଥମେ ରାଜ୍ୟସଭା ରାଜ୍ୟସଭା ଯାଇଥିବା ବେଳେ ବିଜେଡ଼ି ସାଂସଦ ପ୍ରାର୍ଥୀ ଭାବେ କନ୍ଧମାଳରୁ ୨୦୧୯ ନିର୍ବାଚନ ରେ ବିଜୟୀ ହୋଇଥିଲେ । ଅନ୍ୟପଟେ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେବା ପରେ ସେ ସମାଜସେବାରେ ଅଧିକ ସକ୍ରିୟ ରହିପାରିବେ ବୋଲି କହିଛନ୍ତି ।