ଜମ୍ମୁ-କାଶ୍ମୀରରେ ପୁଣି ଏନକାଉଣ୍ଟର, ୨ ଯବାନ ସହିଦ୍
ଜମ୍ମୁ ଓ କାଶ୍ମୀରରେ ପୁଣି ଏନକାଉଣ୍ଟର । ପୃଥକ ଏନକାଉଣ୍ଟରରେ ୨ ସେନା ଯବାନ ସହିଦ ହୋଇଥିବା ବେଳେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ ଓ କାଶ୍ମୀର କଠୱାରେ ସୁରକ୍ଷାବଳଙ୍କ ଗୁଳିରେ ୨ ଆତଙ୍କୀ ଟଳିଛନ୍ତି। ତେବେ କିସ୍ତୱାଡ଼ରେ ଆଉ ଏକ ଏନକାଉଣ୍ଟରରେ ଦୁଇ ସେନା ଯବାନ ସହିଦ ହୋଇଛନ୍ତି । ସେହିପରି ଏନକାଉଣ୍ଟରରେ ଅନ୍ୟ ଦୁଇ ଯବାନ ଆହତ ହୋଇଛନ୍ତି।
କିସ୍ତୱାଡ ଚଟରୁ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ବେଳେ ଗୁଳିବିନିମୟ ହୋଇଛି । ଏହି ସମୟରେ ଆତଙ୍କବାଦୀଙ୍କ ଗୁଳିରେ ୪ ଯବାନ ଆହତ ହୋଇଥିଲେ । ପରେ ଆହତ ଯବାନଙ୍କ ମଧ୍ୟରୁ ୨ ଜଣ ସହିଦ ହୋଇଥିବା ଜଣାପଡ଼ିଛି। ଏନକାଉଣ୍ଟର ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ରାସ୍ତାରେ ଯାଆସ କରୁଥିବା ବିଭିନ୍ନ ଗାଡ଼ିମୋଟରକୁ ତନ୍ନତନ୍ନ କରି ଯାଞ୍ଚ କରୁଛନ୍ତି ସୁରକ୍ଷାକର୍ମୀ ।