ଏଇ ମାସରୁ ପୁଣି କାର୍ଯ୍ୟକାରୀ ହେବ ଆଳୁ ମିଶନ
ଏଇ ମାସରୁ ପୁଣି ଆଳୁ ମିଶନକୁ କାର୍ଯ୍ୟକାରୀ କରିଛନ୍ତି ମୋହନ ସରକାର। ୨୦୨୪ରୁ ୨୦୨୭ ଯାଏଁ ୩ ବର୍ଷ ପାଇଁ ମିଶନକୁ ପୁଣି ଚଳାଇବାକୁ କୃଷି ବିଭାଗ ନିଷ୍ପତ୍ତି ନେଇଛି। ହେଲେ ଆଶ୍ଚର୍ଯ୍ୟର କଥା ବିଜେଡି ସରକାର ବେଳେ ଫେଲ୍ ମାରିଥିବା ଏ ମିଶନର ନୀତି ଅପରିବର୍ତ୍ତିତ ରହିଛି। ପୂର୍ବଭଳି ଏବେ କାର୍ଯ୍ୟକ୍ଷମ ଶୀତଳଭଣ୍ଡାର ପାଇଁ ୫୦ ପ୍ରତିଶତ ବିଜୁଳି ଦର ଛାଡ ଲାଗି ନିଷ୍ପତ୍ତି ହୋଇଛି ।
୫୦୦ ମେଟ୍ରିକ୍ ଟନରୁ ଅଧିକ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାରଗୁଡିକୁ ଏହି ରିହାତି ଦିଆଯିବ। ତେବେ ଏ ନୂଆ ମିଶନରେ ଚାଷୀଙ୍କୁ ଆଉ କେଉଁ କେଉଁ ସୁବିଧା ଦିଆଯିବ ତାହା ସ୍ପଷ୍ଟ କରାଯାଇ ନାହିଁ ।
Related posts:
ଆଜି ବି ଖାଡ଼ା ଉପାସରେ ମହାପ୍ରଭୁ ଲିଙ୍ଗରାଜJanuary 15, 2025
ବିସ୍କୁଟ ପ୍ୟାକେଟରେ ୪ କୋଟିର ନିଶାJanuary 15, 2025
କେନ୍ଦୁଝର ପାଇଁ ବଡ଼ ଘୋଷଣା , ନିର୍ମାଣ ହେବ ମେଗା ଷ୍ଟିଲ ପ୍ଲାଣ୍ଟJanuary 15, 2025
ଜନସାଧାରଣଙ୍କ ପାଇଁ ଖୋଲିଲା ରାଜଭବନ ଉଦ୍ୟାନJanuary 14, 2025
ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀରJanuary 14, 2025
ଚେତାବନୀ ଦେଲେ ଯୋଗାଣ ଅଧିକାରୀଙ୍କୁJanuary 13, 2025