ରାଜ୍ୟ

ଭୁବନେଶ୍ୱରରେ ଠପ୍ ଆମ ବସ୍ ସେବା

0
(0)

କେମିତି ରଙ୍ଗ ରୁଟରେ ଗାଡ଼ି ଚଳାଉଛି ‘ଆମ ବସ’ । ଗତକାଲି ରାତ୍ରିରେ ବେପରୁଆ ଭାବରେ ଗାଡ଼ି ଚଳାଉଥିବା ‘ଆମ ବସ’ ବିଭିନ୍ନ ଜାଗାରେ କରିଥିଲା ଦୁର୍ଘଟଣା । ବିଭିନ୍ନ ସ୍ଥାନରେ ଦୁର୍ଘଟଣା ପରେ ଲୋକେ ‘ଆମ ବସ’ ର ପିଛା କରିଥିଲେ । ‘ଆମ ବସ’ ଚାଳକ ଗାଡ଼ି ଛାଡ଼ି ଦୌଡ଼ି ପଳାଇଥିବା ବେଳେ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲେ କଣ୍ଡକ୍ଟର । ଉତ୍ତ୍ୟକ୍ତ ଲୋକେ କଣ୍ଡକ୍ଟରକୁ ମାଡ଼ ମାରିଥିବା ଅଭିଯୋଗ କରି ଆଜି ଆମ ବସ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ହେଲେ ମିଳିଥିବା ଅଭିଯୋଗ ଅନୁଯାୟୀ, ରଙ୍ଗ ରୁଟରେ ଆମ ବସ ଡ୍ରାଇଭର ଗାଡ଼ି ଚଳାଉଥିବା ବେଳେ ଟ୍ରାଫିକ୍ ନିୟମକୁ ମାନୁନାହାନ୍ତି । ଆଇନକୁ ମଧ୍ୟ ଆମ ବସ ଡ୍ରାଇଭରଙ୍କ ଭୟ ରହୁନଥିବା ବେଳେ ଭୁଲ୍ ଗାଡ଼ି ଚାଳନା ଯୋଗୁଁ ଲୋକଙ୍କ ଜୀବନ ବିପଦରେ ପଡୁଥିବା ଅଭିଯୋଗ ହୋଇଛି ।

ସେପଟେ ଆମ ବସର କଣ୍ଡକ୍ଟରଙ୍କୁ ମାଡ଼ ମାରିବା ଅଭିଯୋଗରେ ‘ଆମ ବସ’ର କଣ୍ଡକ୍ଟରଙ୍କୁ ମାଡ ମାରିବା ଅଭିଯୋଗରେ ଭୁବନେଶ୍ବର ମାଷ୍ଟର କ୍ୟାଣ୍ଟିନ୍ ଛକ ‘ଆମ ବସ’ ଡିପୋରେ ବସ ଚଳାଚଳ ବନ୍ଦ । ସିଟି ବସ ଚଳାଚଳ ବନ୍ଦ କରି ଆନ୍ଦୋଳନ କରୁଛନ୍ତି କର୍ମଚାରୀ । ମାଷ୍ଟରକ୍ୟାଣ୍ଟିନ୍ ଛକ ଆମ ବସ ଷ୍ଟାଣ୍ଡରୁ ଗଡୁନି ବସ । ଅଭିଯୁକ୍ତକୁ ଗିରଫ ଦାବି ସହିତ ସୁରକ୍ଷା ଦାବି କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି କର୍ମଚାରୀ । ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସାଧାରଣ ଲୋକେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE