`ଆନୁଆଲ ଷ୍ଟାର୍ଟଅପ୍ ରାଉଣ୍ଡଟେବୁଲ ୨୦୨୪’
ଲୋକପ୍ରିୟ ମାଗାଜିନ୍ ଇଣ୍ଟରଭ୍ୟୁ ଟାଇମ୍ସର ୧୩ ବର୍ଷର ସଫଳ ଯାତ୍ରା । ଭୁବନେଶ୍ବରର ପ୍ରେସିଡେନ୍ସି ହୋଟେଲରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଦ୍ବାରା ଆନୁଆଲ ଷ୍ଟାର୍ଟଅପ୍ ରାଉଣ୍ଡଟେବୁଲ ୨୦୨୪ର ଆଲୋଚନାଚକ୍ର ଆୟୋଜନ କରାଯାଇଛି । ଏହାସହ ସ୍ବତନ୍ତ୍ର ସଂସ୍କରଣର ଶୁଭ ଉନ୍ମୋଚିତ ହୋଇଯାଇଛି ।
କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ପଦ୍ମଭୁଷଣ ସୁଦର୍ଶନ ସାହୁ , ମେଟ୍ରୋ ଗ୍ରୁପର ପୂର୍ବତନ ନିର୍ଦ୍ଦେଶକ ପିୟୁଷ ମହାନ୍ତି, ନାଲକୋ ସିଏମଡି ଡ.ତପନ ଚାନ୍ଦ , ବିଧାୟକ ବିଜୟ ଦଳବେହେରା , ବିଜେପି ନେତା ପ୍ରିୟଦର୍ଶୀ ମିଶ୍ର, ଏବଂ ଇଣ୍ଟରଭ୍ୟୁ ଟାଇମ୍ସର ଗ୍ରୁପ ଏଡିଟର ଡ. ଦିବ୍ୟଜିତ ସାହୁଙ୍କ ସହ ମୁଖ୍ୟ ଅତିଥି ଭାବେ ଯାଜପୁର ସାଂସଦ ରବି ନାରାୟଣ ବେହେରା ଆଲୋଚନା ଚକ୍ରରେ ଯୋଗ ଦେଇଥିଲେ ।
ରାଜ୍ୟର ଭବିଷ୍ୟତ ଓ ବିଭିନ୍ନ ପ୍ରସଙ୍ଗରେ ୪୫ ମିନିଟ ଧରି ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । ସମସ୍ତେ ନିଜ ନିଜର ମତ ରଖିଥିଲେ । ବିଜେପି ସାଂସଦ ରବି ନାରାୟଣ ବେହେରା ମୋଦି ଗ୍ୟାରେଣ୍ଟି ସହ ଓଡିଶାରେ ଷ୍ଟାର୍ଟଅପ୍ର ଭବିଷ୍ୟତ ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଓଡିଶାର କିଛି ସଫଳ ଉଦ୍ୟୋଗୀମାନଙ୍କୁ ଉଣ୍ଟରଭ୍ୟୁଟାଇମ୍ସ ତରଫରୁ ସମ୍ବର୍ଦ୍ଧନା ଦିଆଯାଇଥିଲା ଓ ସେମାନଙ୍କର ସଫଳତାକୁ ପ୍ରେରଣା ଦିଆଯାଇଥିଲା ।
Related posts:
କଟକ ବାଲିଯାତ୍ରାକୁ ମିଳିଲା ‘ଜାତୀୟ ମାନ୍ୟତା’February 6, 2025
୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀFebruary 6, 2025
ଆକ୍ସନ ମୋଡରେ ସିଏମଓFebruary 6, 2025
ଟିକେଟ ପାଇଁ ଦଳାଚକଟା, ବାରବାଟୀ କ୍ରିକେଟ ଫିଭରFebruary 5, 2025
ଭିଜିଲାନ୍ସ ପଞ୍ଝାରେ ଜଳସମ୍ପଦ ଅଧିକାରୀFebruary 5, 2025
ଏସ୍ସିବିରେ ହେବ ବୃହତ୍ ଟ୍ରମା ସେଣ୍ଟରFebruary 4, 2025