ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଭିତରେ ପୁଣି ଏନକାଉଣ୍ଟର
ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ସୁରକ୍ଷା କର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଭିତରେ ପୁଣି ଏନକାଉଣ୍ଟର ହୋଇଛି ।
ସୁରକ୍ଷା କର୍ମୀଙ୍କ ଗୁଳିରେ ତିନି ଜଣ ମାଓବାଦୀ ପ୍ରାଣ ହରାଇଥିବା ଜଣାପଡିଛି । ଘଟଣା ସ୍ଥଳରୁ AK47 ବନ୍ଧୁକ ସହ ଭାରି ମାତ୍ରାରେ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି ।
ଶୁକ୍ରବାର ମଧ୍ୟ ସେଠାରେ ଏନକାଣ୍ଟର ହୋଇଥିବା ବେଳେ ତେଲେଙ୍ଗାନାର ମୋଷ୍ଟ ୱାଣ୍ଟେଡ ମାଓ ନେତା ମାଲିରାପୁ ଆଡ଼ଲୁ ଓରଫ ଭାସ୍କର ପ୍ରାଣ ହରାଇଥିବା ନେଇ ସୁଚନା ଦେଇଥିଲେ ବସ୍ତର ଆଇଜି ସୁନ୍ଦରରାଜ ପି ।
ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନ ଭିତରେ ଭାରି ସଂଖ୍ୟାରେ ମାଓବାଦୀ ଲୁଚି ରହିଥିବା ନେଇ ଗୁଇନ୍ଦା ବିଭାଗକୁ ସୂଚନା ମିଳିଛି ।
