ଜୁଏଲର୍ସ ମ୍ୟାନ ବ୍ରହ୍ମାନନ୍ଦ ମେହେର
ସେ ବସ୍ତୁ ହେଉ କି ମଣିଷ । ପ୍ରିୟ ଭାଜନ ହେବା ଓ ଭରସାକୁ ଅତୁଟ ରଖିବା ହିଁ ଜଣକୁ ଶ୍ରେଷ୍ଠ ଓ ବିଶ୍ବାସୀ ବନାଇଥାଏ । ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ଅରୁନ୍ଧତୀ ଜୁଏଲର୍ସ । ଓଡ଼ିଶାର ସର୍ବପୁରାତନ ଓ ଭରସାଯୋଗ୍ୟ ବ୍ରାଣ୍ଡ୍ ଭାବେ ପରିଚିତ ଅରୁନ୍ଧତୀ ଜୁଏଲର୍ସ । ଓଡ଼ିଶାର ଘରେ ଘରେ ପରିଚିତ ସ୍ବତନ୍ତ୍ର ଓ ଆଦରର ନାଁ ହେଉଛି ଅରୁନ୍ଧତୀ । ବିବାହ ହେଉକି ବ୍ରତ । ଅଥବା ଯେକୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ଅବା ପରମ୍ପରା ପାଳନ । ଆମ ସଂସ୍କୃତିରେ ସୁନା ଗହଣା ଏକ ଆଭୂଷଣ । ଆଉ ଏଥିପାଇଁ ଲୋକଙ୍କ ଭରସା ଜିତି ସଭିଙ୍କର ପ୍ରିୟପାତ୍ର ହୋଇପାରିଛି ଅରୁନ୍ଧତୀ । ଆଉ ଏହାର ବିଶ୍ବସନୀୟତାକୁ ବଜାୟ ରଖି ଅଧିକ ସମୟ ଧରି ଏହାକୁ ଏକ ବ୍ରାଣ୍ଡ୍ ଭାବେ ଗଢିତୋଳିବାରେ ଯେଉଁମାନଙ୍କର ଅହେତୁକ ଅବଦାନ ଓ ସମର୍ପିତ ଭାବ ରହିଛି ସେମାନଙ୍କ ମଧ୍ଯରେ ସର୍ବାଗ୍ରେ ରହିଛନ୍ତି ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଓ ପ୍ରତିଷ୍ଠାତା ବ୍ରହ୍ମାନନ୍ଦ ମେହେର । ଅରୁନ୍ଧତୀକୁ ଏକ ନୂଆ ସୋପାନରେ ଅବତୀର୍ଣ୍ଣ କରି ସାରା ଦେଶରେ ଅଳଙ୍କାର ବ୍ଯବସାୟରେ ଇତିହାସ ସୃଷ୍ଟି କରିବାରେ ସେ ହୋଇଛନ୍ତି ଆଦର୍ଶ ଓ ପ୍ରେରଣାଦାୟୀ ।
ରାଜ୍ୟରେ ଅଳଙ୍କାର ଶିଳ୍ପର ଅନ୍ୟତମ ପ୍ରମୁଖ ବିନ୍ଧାଣୀ ଅରୁନ୍ଧତୀ ଜୁଏଲର୍ସ । ଦୀର୍ଘ ୨୪ ବର୍ଷରୁ ଅଧିକ ସମୟ ଧରି ଅଳଙ୍କାର ପ୍ରିୟ ଗ୍ରାହକଙ୍କ ବିଶ୍ୱାସଭାଜନ ହୋଇପାରିଛି । ୨ହଜାର ମସିହାରେ ମାତ୍ର ୫ଜଣ କର୍ମଚାରୀଙ୍କୁ ନେଇ ଆରମ୍ଭ ହୋଇଥିବା ଏହି ଜୁଏଲର୍ସ ହାଉସରେ ଏବେ ପ୍ରାୟ ୧ହଜାର କର୍ମଚାରୀ ରୋଜଗାରକ୍ଷମ ହୋଇପାରିଛନ୍ତି । ଏବେ ପ୍ରାୟ ୧୦ ମିଲିୟନରୁ ଅଧିକ ଗ୍ରାହକ ଯୋଡି ହୋଇପାରିଛନ୍ତି ଅରୁନ୍ଧତୀ ଜୁଏଲର୍ସ ସହିତ ।ସୁନା, ରୂପା, ଡାଏମଣ୍ଡ, ପ୍ଲାଟିନମ୍ ସହିତ ଅନ୍ୟାନ୍ୟ ଅଳଙ୍କାରର ବିଭିନ୍ନ ଭେରାଇଟି ଏବଂ ଲାଟେଷ୍ଟ ଡିଜାଇନିଂର ଏକ ଭଣ୍ଡାର ହେଉଛି ଅରୁନ୍ଧତୀ ଜୁଏଲର୍ସ । ରାଜ୍ୟରେ ଏବେ ୭ଟି ଶାଖାରେ ଏହାର ଶୋରୁମ୍ ରହିଥିବା ବେଳେ ଅନ୍ୟ ୪ଟି ନୂଆ ଶୋରୁମ୍ ଖୋଲିବାକୁ ଯୋଜନା ରଖିଛନ୍ତି ଅରୁନ୍ଧତୀ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ବ୍ରହ୍ମାନନ୍ଦ ମେହେର । କେବଳ ବ୍ୟବସାୟ ନୁହେଁ ବିଭିନ୍ନ ସମୟରେ ଭଳିକି ଭଳି ସାମାଜିକ ଦାୟିତ୍ୱ ସଂପାଦନ କରି ଗ୍ରାହକଙ୍କ ବିଶ୍ୱାସଭାଜନ ହୋଇପାରିଛି ରାଜ୍ୟର ଏହି ବ୍ରାଣ୍ଡ୍ ଜୁଏଲର୍ସ ।
ଅରୁନ୍ଧତୀ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ବ୍ରହ୍ମାନନ୍ଦ ମେହେରଙ୍କ ତତ୍ତ୍ୱାବଧାନରେ ଭାରତୀୟ ଅଳଙ୍କାର ଶିଳ୍ପ ମଧ୍ୟରେ ଅରୁନ୍ଧତୀର ଅନନ୍ୟ ଗୁଣ ଏବଂ କାରିଗରୀ ପାଇଁ ଏହା ସଭିଙ୍କର ପ୍ରଥମ ପସନ୍ଦ । ଏହା ଅଳଙ୍କାର ଇତିହାସରେ ନୂଆ ଅଧ୍ଯାୟ ଲେଖିବା ଗୁଣାବତ୍ତା, ଆଦର୍ଶ ଗ୍ରାହକ ସେବା, ଏବଂ ପ୍ରତିଶ୍ରୁତି ଓ ପ୍ରତିବଦ୍ଧତା ପାଇଁ ଓଡ଼ିଶାର ଘରେ ଘରେ ପ୍ରମୁଖ ଅଳଙ୍କାର ଉତ୍ପାଦନକାରୀ ଉଦ୍ଯୋଗ ଭାବେ ପରିଚିତ ହୋଇପାରିଛି । ଜୁଏଲାରୀ କ୍ଷେତ୍ରରେ ଗ୍ରାହକ ମାନଙ୍କୁ ନୂଆନୂଆ ଡିଜାଇନ୍ ଜୁଏଲାରୀ ଭେଟି ଦେବାରେ ଅରୁନ୍ଧତୀର ବଳିଷ୍ଠ ଅବଦାନ ରହିଆସିଛି । ସମସ୍ତ ଜୁଏଲାରୀ ସାମଗ୍ରୀରେ ବେଷ୍ଟ ପ୍ରାଇସ୍ ଓ ଲାଇଫ୍ ଟାଇମ୍ ଗ୍ୟାରେଣ୍ଟି ଦେଇ ଗ୍ରାହକଙ୍କ ସହ ଦୀର୍ଘବର୍ଷ ଧରି ଯୋଡି ହେବାରେ ଏହା ସକ୍ଷମ ହୋଇଛି । ସମସ୍ତ ପ୍ରକାର ଜୁଏଲାରୀ ଓ ଆସେସୋରିଜକୁ ଗୋଟିଏ ଛାତ ତଳେ ଉପଲବ୍ଧ କରିପାରିଛି ଅରୁନ୍ଧତୀ ଜୁଏଲର୍ସ ।
ଅରୁନ୍ଧତୀ ଜୁଏଲର୍ସ ଲୋକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିସାରିଛି । ଆଜି ସମ୍ପୂର୍ଣ୍ଣ ଭାବେ ବ୍ଯବସାୟକୁ ଆଗେଇ ନେଉଛନ୍ତି ଅରୁନ୍ଧତୀ ଜୁଏଲର୍ସର ପରିଚାଳନା ନିର୍ଦ୍ଦେଶକ ଓ ପ୍ରତିଷ୍ଠାତା ବ୍ରହ୍ମାନନ୍ଦ ମେହେର । ଏଥିପାଇଁ ତାଙ୍କ ପରିବାର ସହଯୋଗ ଯୋଗାଇଦେଉଛି । ଆଜି ବି ନିଜର ଉତ୍ପାଦର ବିଶ୍ବସନୀୟତାକୁ ବ୍ରହ୍ମାନନ୍ଦ ଗୁରୁତ୍ବ ଦେଉଛନ୍ତି । ତାଙ୍କର ବୃତ୍ତିଗତତା, ସବିଶେଷ ଧ୍ୟାନ, ଏବଂ ଅସାଧାରଣ ଗ୍ରାହକ ସେବା ଶୈଳୀ ହିଁ ଅରୁନ୍ଧତୀକୁ ଆଜି ବି ବ୍ରାଣ୍ଡ ଭାବେ ଉପସ୍ଥାପିତ କରୁଛି । ଉଦ୍ଭାବନ ଏବଂ ସୃଜନଶୀଳତା, ଶିଳ୍ପରେ ଏକ ବିଶ୍ୱସ୍ତ ବିଳାସପୂର୍ଣ୍ଣ ବ୍ରାଣ୍ଡ ଭାବରେ ଅରୁନ୍ଧତୀ ଜୁଏଲର୍ସକୁ ଜାତୀୟ ସ୍ତରରେ ପରିଚିତ କରାଇବାରେ ବ୍ରହ୍ମାନନ୍ଦଙ୍କ ଭୂମିକା ଅବର୍ଣ୍ଣନୀୟ । ଆଗକୁ ତାଙ୍କର ଓ ଅରୁନ୍ଧତୀର ଜୟଯାତ୍ରା ଏମିତି ଜାରି ରହୁ ବୋଲି ମହାପ୍ରଭୁଙ୍କ ପାଖରେ ଇଣ୍ଟରଭ୍ଯୁ ଟାଇମ୍ସ ତରଫରୁ ପ୍ରାର୍ଥନା କରୁଛୁ ।