ଖୁବ୍ଶୀଘ୍ର ହେବ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ
ଖୁବ୍ଶୀଘ୍ର ହେବ ରତ୍ନଭଣ୍ଡାରର ପ୍ରାରମ୍ଭିକ ନିରୀକ୍ଷଣ ଓ ବୈଷୟିକ ଯାଞ୍ଚ । ସୋସିଆଲ୍ ମିଡିଆରେ ଆଜି ଏନେଇ ବଡ଼ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ସେ କହିଛନ୍ତି ସରକାରଙ୍କ ଦ୍ୱାରା ନିର୍ଧାରିତ ଏସଓପି ଅନୁଯାୟୀ ASI ପକ୍ଷରୁ ଆସନ୍ତା ୧୮ ତାରିଖରେ ରତ୍ନଭଣ୍ଡାରର ପ୍ରାରମ୍ଭିକ ନୀରିକ୍ଷଣ ଏବଂ ବୈଷୟିକ ଯାଞ୍ଚ କରାଯିବାକୁ ସ୍ଥିର ହୋଇଛି ।
ASIର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନେତୃତ୍ୱରେ ହେବାକୁ ଥିବା ଏଇ ନୀରିକ୍ଷଣ ଓ ବୈଷୟିକ ଯାଞ୍ଚ କାର୍ଯ୍ୟରେ କାଉନସିଲ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ ବା ସିଏସ୍ଆଇଆର୍ ଓ ନ୍ୟାସନାଲ ଜିଓଗ୍ରାଫିକାଲ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ର ବିଶେଷଜ୍ଞମାନେ ଉପସ୍ଥିତ ରହିବେ । ରାଜ୍ୟ ସରକାରଙ୍କ ଅନୁମୋଦନ ପରେ ଏ କାମ ଆରମ୍ଭ ହେବ। ଅପରପକ୍ଷେ ସୁପରିଟେଣ୍ଡେଣ୍ଟ ଆରକିଓଲୋଜିଷ୍ଟ ଡି.ବି. ଗଡ଼ନାୟକ ମଧ୍ୟ କହିଛନ୍ତି ପ୍ରାରମ୍ଭକି ଭାବେ ରତ୍ନଭଣ୍ଡାରର ଲେଜର ସ୍କାନିଂ ଓ ଜିପିଆର୍ ସର୍ଭେ ହେବ।