ରାଜ୍ୟ

ବିଜେଡି ଜନପ୍ରତିନିଧିଙ୍କ ଗାଡି ଉପରକୁ ଆକ୍ରମଣ

0
(0)

ବିଜେଡି ଜନପ୍ରତିନିଧିଙ୍କ ଗାଡି ଉପରକୁ ଆକ୍ରମଣ । ଗତ ୧୨ ତାରିଖ ଦିନ ତରଭା ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ବିଜେଡି ଜିଲ୍ଲା ସଭାପତି ସରୋଜ କମ୍ପାଙ୍କ ସମେତ କେତେକ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ନେଇ ଚାରିଗୋଟି ଗାଡିରେ ସୋନପୁର ଜିଲ୍ଲାପାଳଙ୍କୁ ଭେଟିବାକୁ ବାହାରିଥିଲେ ।

ସୋନପୁର ବ୍ଲକ ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଉଥିବା ରାସ୍ତାର ପଟାଭାଡି ଛକରେ ହଠାତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ୨୦ରୁ ୨୫ ଜଣ ଦୁର୍ବୃତ୍ତ ଅଟକାଇ ଆକ୍ରମଣ କରିଥିଲେ । ଏହାସହ ସେମାନଙ୍କ ଗାଡି ମଧ୍ୟ ଭଙ୍ଗାରୁଜା କରିଥିଲେ ।

ଘଟଣା ବେଳର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋନପୁର ଥାନାରେ ମାମଲା ଦାୟର ହୋଇଥିବା ବେଳେ କେହି ଗିରଫ ହୋଇନଥିବା ସୂଚନା ମିଳିଛି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE