ଜାତୀୟ

ଆଖି ବୁଜିଲେ ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ

0
(0)

ଆଉ ନାହାନ୍ତି ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜକ । ୮୫ ବର୍ଷ ବୟସରେ ପୂଜକ ସତୈନ୍ଦ୍ର ଦାସଙ୍କ ପରଲୋକ । ବ୍ରେନ ଷ୍ଟ୍ରୋକ ପରେ ଫେବ୍ରୁଆରୀ ୩ ତାରିଖରୁ ଲକ୍ଷ୍ନୌ ପିଜିଆଇ ହସ୍ପିଟାଲରେ ସତୈନ୍ଦ୍ରଙ୍କ ଚିକିତ୍ସା ଚାଲିଥିଲା । ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବା ପରେ ତାଙ୍କୁ ନ୍ୟୁରୋଲୋଜି ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଆଉ ଶେଷରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ସତୈନ୍ଦ୍ର ଦାସ । ତାଙ୍କ ବିୟୋଗରେ ଉତ୍ତରପ୍ରଦେଶ ସରକାର ଶୋକ ବ୍ୟକ୍ତ କରିଛନ୍ତି ।

ତେବେ ଦୀର୍ଘ ୩୩ ବର୍ଷ ଧରି ରାମ ମନ୍ଦିରର ସେବା କରି ଆସୁଛନ୍ତି ସତୈନ୍ଦ୍ର । ୧୯୪୫ରେ ସନ୍ତକବୀରନଗର ଜିଲ୍ଲାରେ ସତ୍ୟେନ୍ଦ୍ର ଦାସଙ୍କ ଜନ୍ମ ହୋଇଥିବା ବେଳେ ବାପା ଅଭିରାମ ଦାସଙ୍କଠୁ ପ୍ରଭାବିତ ହୋଇ ପ୍ରଭୁ ରାମଙ୍କ ଭକ୍ତ ହୋଇଥିଲେ ସେ । ପରେ ପ୍ରଭୁଙ୍କ ସେବା ପାଇଁ ଘରଦ୍ବାରା ଛାଡି ଆଶ୍ରମରେ ସନ୍ନ୍ୟାସ ଜୀବନ ଗ୍ରହଣ କରିଥିଲେ । ୧୯୯୨ ମସିହାରେ ରାମମନ୍ଦିର ପୂଜକ ଭାବେ ଦାୟିତ୍ବ ନେଲେ । ପ୍ରାୟ ୩ ଦଶନ୍ଧି ଧରି ରାମମନ୍ଦିର ପୂଜକ ଥିଲେ ସତୈନ୍ଦ୍ର । ସେ ଅଯୋଧ୍ୟା ରାମମନ୍ଦିର ଆନ୍ଦୋଳନରେ ପ୍ରମୂଖ ଭୂମିକା ତୁଳାଇଥିଲେ ।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ମନ୍ଦିର ପୂଜକ ଭାବେ ତାଙ୍କୁ ଯେତେବେଳେ ରଖାଗଲା ସେତେବେଳେ ସେ ମାସକ ମାତ୍ର ୧୦୦ ଟଙ୍କା ଦରମା ନେଉଥିଲେ । ପରେ ୨୦୧୮ରେ ୧୨ ହଜାର ଟଙ୍କା ଏବଂ ୨୦୧୯ରେ ୧୩ ହଜାର ଟଙ୍କା ଦରମା ଦିଆଗଲା ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE