କ୍ରୀଡା

ବାରବାଟୀ ମ୍ୟାଚ : ଦର୍ଶକଙ୍କ ପାଇଁ ପାଞ୍ଚଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା

0
(0)

ଇଣ୍ଡିଆ ଇଂଲଣ୍ଡ ବାରବାଟୀ ଲଢେଇ ପାଇଁ ଆଜି କଟକ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ବି.ପରମେଶ୍ବନ୍ ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଆସନ୍ତା ୭ ତାରିଖ ସୁଦ୍ଧା ସମସ୍ତ ପ୍ରସ୍ତୁତି ଶେଷ କରାଯିବ ବୋଲି ସୂଚନା ଦେଇଛନ୍ତି ଆର୍ ଡି ସି । ଏନେଇ ପାଞ୍ଚଟି ସ୍ଥାନରେ ହେବ ପାର୍କିଂ ବ୍ୟବସ୍ଥା । ମୋଟ ୨୫ ହଜାର ଯାନ ବାହନ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଛି ।

ତଳ ବାଲିଯାତ୍ରା ପଡିଆ ବ୍ୟବହାର ନେଇ ଗ୍ରୀନ ଟ୍ରିବ୍ୟୁନାଲ୍ ବା ଜାତୀୟ ସବୁଜ ପ୍ରାଧିକରଣଙ୍କର କଟକଣା ରହିଥିବା ବେଳେ, ଜରୁରୀକାଳୀନ ପରିସ୍ଥିତିରେ ତଳ ବାଲିଯାତ୍ରା ପଡ଼ିଆରେ ମଧ୍ୟ ପାର୍କିଂ କରାଯିବ ବୋଲି କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଉପର ଓ ତଳ ବାଲିଯାତ୍ରା ପଡିଆ ଏବଂ ଅନ୍ୟ ତିନୋଟି ସ୍ଥାନରେ ହେବ ପାର୍କିଂ । ଅନ୍ୟ ସମସ୍ତ ସ୍ଥାନ ଭର୍ତ୍ତି ହୋଇଯିବା ପରେ ହିଁ ତଳ ବାଲିଯାତ୍ରା ପଡ଼ିଆରେ ପାର୍କିଂ କରାଯିବ । ଏଭଳି ପରିସ୍ଥିତି ନ ହେଲେ ତଳ ବାଲିଯାତ୍ରା ପଡ଼ିଆ ବ୍ୟବହାର କରାଯିବ ନାହିଁ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଚାରି ଜଣ ଖାଦ୍ୟ ସୁରକ୍ଷା ଅଧିକାରୀଙ୍କୁ ଖାଦ୍ୟର ମାନ ନିରୀକ୍ଷଣ କରିବା ପାଇଁ ନିୟୋଜିତ କରାଯିବ । ମ୍ୟାଚ୍ ଦିନ ନିର୍ଦ୍ଧାରିତ ଦରଠାରୁ ଅଧିକ ଦରରେ ଖାଦ୍ୟ ପଦାର୍ଥ ବିକ୍ରି କରାଯିବ ନାହିଁ ବୋଲି କୁହାଯାଇଛି । ଯିଏ ବିକ୍ରି କରିବେ ତାଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି ।

ଉପ ଜିଲ୍ଲାପାଳଙ୍କ ନେତୃତ୍ଵରେ ଏହାର ଅନୁଧ୍ୟାନ ପାଇଁ ଏକ ଟିମ୍ ଗଠନ କରାଯାଇଛି । ତିନିଟି ସ୍ଥାନରେ ଫ୍ୟାନ୍ସ ପାର୍କ କରାଯାଉଛି । ଯେଉଁ ମାନେ ଟିକେଟ ପାଈ ପାରିବେ ନାହିଁ, ସେମାନେ ଏହି ସ୍ଥାନରେ ମ୍ୟାଚ୍ ଦେଖିବା ପାଇଁ ବଡ ଏଲ ଇ ଡି ସ୍କ୍ରିନ୍ ର ବ୍ୟବସ୍ଥା କରାଯିବ । ତଳ ବାଲିଯାତ୍ରା ପଡ଼ିଆରେ ଦୁଇଟି ସ୍ଥାନ ଓ ସତ୍ୟବ୍ରତ ଷ୍ଟାଡିୟମରେ ଫ୍ୟାନ୍ସ ପାର୍କ ପାଇଁ ବ୍ୟବସ୍ଥା କରାଯାଉଛି । ସୌନ୍ଦର୍ଯ୍ୟକରଣ ତଥା ଆଲୋକିକରଣ ପାଇଁ କଟକ ମହାନଗର ନିଗମକୁ ଦାୟିତ୍ବ ଦିଆଯାଇଥିବା ସୂଚନା ମିଳିଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE