ଷ୍ଟଲ୍ ନିଲାମ ପ୍ରକ୍ରିୟା ବନ୍ଦ ପାଇଁ ଦାବି କଲେ ବାରବାଟୀ ବିଧାୟିକା
ବାଲିଯାତ୍ରାକୁ ନେଇ ଆଜି ପ୍ରଶ୍ନକାଳରେ ଆଲୋଚନା ହୋଇଛି । ବାରବାଟୀ ବିଧାୟିକା ସୋଫିଆ ଫିରଦୋଷଙ୍କ ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ । ବାଲିଯାତ୍ରାରେରେ ମୋଟ ୨ ହଜାର ୪୩୮ ଷ୍ଟଲ ଦିଆଯାଇଥିଲା ।
ସେଥି ମଧ୍ୟରୁ ୧୧୮୬ ଷ୍ଟଲ ନିଲାମ ଓ ୧୨୫୦ ଷ୍ଟଲ୍ ସ୍ଥିରୀକୃତ ଆଧାରରେ ଆବଣ୍ଟନ କରାଯାଇଥିଲା । ଏଥିରୁ ମୋଟ ୬କୋଟି ୩୮ ଲକ୍ଷ ୨୬ ହଜାର ୪୪୬ ଟଙ୍କା ଆଦାୟ ହୋଇଛି । ଏ ସବୁ ଜିଲ୍ଲାପାଳଙ୍କ ଜରିଆରେ କରାଯାଇଛି । ବାଲିଯାତ୍ରାରେ ସାଂସ୍କୃତିକ ପ୍ରଚାର ପ୍ରସାର ଦାୟିତ୍ଵ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗର । କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୋଷଙ୍କ ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ।