ବିସିସିଆଇକୁ ମିଳିଲା ନୂଆ ବସ୍
ଜମ୍ମୁ କ୍ରିକେଟ୍ ଆସୋସିଏସନ୍ ସହିତ ଜଡ଼ିତ ପୂର୍ବତନ କ୍ରିକେଟର ମିଥୁନ ମନହାସଙ୍କୁ ଆଜି ବିସିସିଆଇର ନୂଆ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ସେ ରୋଜର ବିନ୍ନୀଙ୍କ ସ୍ଥାନ ନେବେ ।
ମିଥୁନ ମନହାସ ବିସିସିଆଇର ନୂଆ ଅଧ୍ୟକ୍ଷ ହୋଇଥିବା ବେଳେ ରାଜୀବ ଶୁକ୍ଲା ପୂର୍ବ ପରି ତାଙ୍କ ଉପାଧ୍ୟକ୍ଷ ପଦରେ ବଜାୟ ରଖିଛନ୍ତି । କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନ୍ (KSCA)ର ବର୍ତ୍ତମାନର ଅଧ୍ୟକ୍ଷ ତଥା ଭାରତର ପୂର୍ବତନ ସ୍ପିନର ରଘୁରାମ ଭଟ୍ଟ ବିସିସିଆଇର କୋଷାଧ୍ୟକ୍ଷ ହୋଇଛନ୍ତି ।
ତାଙ୍କ KSCA ଅଧ୍ୟକ୍ଷ ପଦର କାର୍ଯ୍ୟକାଳ ସେପ୍ଟେମ୍ବର ୩୦ରେ ଶେଷ ହେଉଛି । ଦେବଜିତ୍ ସାଇକିଆ ସଚିବ ପଦରେ ବଜାୟ ରହିଥିବାବେଳେ ପ୍ରଭାତେଜ ଭାଟିଆଙ୍କୁ ଯୁଗ୍ମ ସଚିବ ଚୟନ କରାଯାଇଛି ।
ବିସିସିଆଇ ମୁଖ୍ୟାଳୟରେ ଆୟୋଜିତ ସାଧାରଣ ବାର୍ଷିକ ବୈଠକରେ ବିସିସିଆଇର ନୂଆ ପଦାଧିକାରୀଙ୍କ ନାମ ଉପରେ ଚୂଡ଼ାନ୍ତ ମୋହର ଲାଗିଥିଲା । ଦିଲ୍ଲୀ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମିଥୁନ ମନହାସଙ୍କୁ ବିସିସିଆଇର ନୂଆ ଅଧ୍ୟକ୍ଷ କରାଯାଇଥିଲା । ଜମ୍ମୁ-କାଶ୍ମୀରରେ ଜନ୍ମିତ ମିଥୁନ ଦିଲ୍ଲୀ ପାଇଁ ସର୍ବାଧିକ କ୍ରିକେଟ୍ ମ୍ୟାଚ୍ ଖେଳିଛନ୍ତି । ସେ ମିଡିଲ୍ ଅର୍ଡର ବ୍ୟାଟର ଏବଂ ରଣଜୀ ଟ୍ରଫିରେ ଦିଲ୍ଲୀର ଅଧିନାୟକ ଦାୟିତ୍ୱ ତୁଲାଇ ସାରିଛନ୍ତି ।
