ବିସିସିଆଇ ଘରୋଇ ସିନିୟର ମହିଳା ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ୧୬ ଜଣିଆ ଓଡିଶା ଦଳ ଘୋଷଣା
ବିସିସିଆଇ ଘରୋଇ ସିନିୟର ମହିଳା ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ୧୬ ଜଣିଆ ଓଡିଶା ଦଳ ଘୋଷଣା ହୋଇଛି ।ବଲାଙ୍ଗିର ର ମାଧୁରୀ ମେହେଟା ଅଧିନାୟିକା ଓ ଢେଙ୍କାନାଳ ର ସୁଶ୍ରୀ ଦିବ୍ୟଦର୍ଶିନୀ ପ୍ରଧାନ ଙ୍କୁ ଉପଅଧିନାୟିକା ଭାବରେ ଦାୟିତ୍ୱ ମିଳିଛି ।
ଢେଙ୍କାନାଳ ର ସୁଶ୍ରୀ ଦିବ୍ୟଦର୍ଶିନୀ ଭାରତ ପକ୍ଷରୁ ୨୦୧୯ ମହିଳା ଏମର୍ଜୀଂ ଏସିଆ କପ ଖେଳି ସେହି ଟୁର୍ଣ୍ଣାମେଣ୍ଟ ସର୍ବାଧିକ ୱିକେଟ୍ ହାସଲ କରିଥିଲେ ।ମହିଳା ଚ୍ୟାଲେଞ୍ଜର୍ସ କପରେ ଭାରତ ଗ୍ରୀନ ଦଳର ଅଧିନାୟିକା ମଧ୍ୟ ରହି ଦଳକୁ ରନର୍ସ ଅପ କରାଇଥିଲେ ।ଏପରିକି ସେ ଓଡିଶା ଅଣ୍ଡର-୨୩ ଦଳର ଅଧିନାୟିକା ମଧ୍ୟ ରହିଥିଲେ ।ସେହିପରି ମାଧୁରୀ ଭାରତୀୟ ମହିଳା ଦଳ ପକ୍ଷରୁ ୨ ଦିନିକିଆ ଓ ୩ ଟି-୨୦ ମ୍ୟାଚ ଖେଳିଛନ୍ତି ।ଏହି ଟୁର୍ଣ୍ଣାମେଣ୍ଟ ବିଦର୍ଭରେ ଆସନ୍ତା ୧୭ ରୁ ୨୮ ଅକ୍ଟୋବର ପର୍ଯ୍ୟନ୍ତ ଖେଳାଯିବ ।
Related posts:
ମହିଳା ଟି-୨୦ ବିଶ୍ବକପ୍ : ପାକିସ୍ତାନ ବିପକ୍ଷରେ ଭାରତର ବିଜୟOctober 6, 2024
ପ୍ରତ୍ୟାଶା ରାୟ ପାଇବେ ୩୨ତମ ଏକଲବ୍ୟ ପୁରସ୍କାର ବିଜେତାSeptember 22, 2024
ପଞ୍ଚମ ଥର ପାଇଁ ଏସୀୟ ଚାମ୍ପିଅନ୍ସ ଟ୍ରଫି ଟାଇଟଲ ଜିତିଲା ଇଣ୍ଡିଆSeptember 17, 2024
ଏସିଆନ ଚାମ୍ପିୟନ୍ସ ଟ୍ରଫି: ପାକିସ୍ତାନକୁ ୨-୧ ରେ ହରାଇ ସେମିରେ ଭାରତSeptember 14, 2024
ପ୍ୟାରିସ୍ ପାରାଲିମ୍ପିକ୍ସ, ଷଷ୍ଠ ଦିନରେ ଭାରତକୁ ୮ ପଦକSeptember 3, 2024
ଏୟାର ରାଇଫଲରେ ନିରାଶ କଲେ ଅବନୀ ଏବଂ ଦୌଡ଼ରେ ସିଦ୍ଧାର୍ଥSeptember 1, 2024