ରାଜ୍ୟ

ମଟନ ନାଁରେ ଗୋମାଂସ

5
(1)

ଜୟା ହୋଟେଲକୁ ସିଲ କରିଛି ପୋଲିସ । ଏହାସହ ଏହି ହୋଟେଲରୁ ଅନ୍ୟତ୍ର ପାର୍ସଲ ନେଉଥିବା ହୋଟେଲ ସହାୟକଙ୍କୁ ନିସ୍ତୁକ ମାଡ ମାରିଛନ୍ତି ସ୍ଥାନୀୟ ଲୋକେ ।

ପୁରୀ ଦେଇଯାଇଥିବା ଏନଏଚ ୨୧୬ ରାସ୍ତାର  ସାକ୍ଷୀଗୋପାଳ ନିକଟରେ ଥିବା ଜୟା ହୋଟେଲକୁ ନେଇ ହଇଚଇ । ଏହି ହୋଟେଲରେ ଖାସ୍ ମଟନ ହେଉଥିବାରୁ ଏଠାରେ ଖାଇବାକୁ ପ୍ରତିଦିନ ଶହଶହ ଲୋକଙ୍କ ଭିଡ ଜମେ । ହେଲେ ଏସବୁ ଭିତରେ ଆସିଛି ସାଂଘାତିକ ଅଭିଯୋଗ ।

ମଟନ ନାଁରେ ଲୋକଙ୍କୁ ଗୋମାଂସ ପରଷାଯାଉଥିବା ସହ କେବେକେବେ ମଟନରେ ଗୋମାଂସ ଚର୍ବି ମିଶାଯାଇ ରନ୍ଧା ହେଉଥିବା ଅଭିଯୋଗ ହୋଇଥିଲା । ବାରମ୍ବାର ଏହି ଅଭିଯୋଗ ଆସିବା ପରେ ଚେତିଲା ପ୍ରଶାସନ । ଏବଂ ଆଜି ସକାଳୁ ଜୟା ହୋଟେଲକୁ ସିଲ କରିଛି ପୋଲିସ ।

ଏହା ସହ ହୋଟେଲ ଚାରିପଟକୁ ତାରବାଡରେ  ଘେରାଯାଇ ପୋଲିସ ମୁତୟନ କରାଯାଇଛି । ଯଦିଓ ଏହାର ସତ୍ୟତା ନେଇ ପ୍ରଶାସନ ପାଖରୁ କିଛି ଠୋସ୍ ପ୍ରତିକ୍ରିୟା ମିଳିପାରିନାହିଁ।

How useful was this post?

Click on a star to rate it!

Average rating 5 / 5. Vote count: 1

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE