ରାଜ୍ୟ

ଆଜିଠୁ ୩ ମାସ ବନ୍ଦ ରହିବ ଭିତରକନିକା

0
(0)

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ୩ ମାସ ବନ୍ଦ ରହିବ ଭିତରକନିକା । ମେ ୧ ତାରିଖରୁ ଜୁଲାଇ ୩୧ ଯାଏଁ ଦେଶ ବିଦେଶର ପର୍ଯ୍ୟଟକ ମାନଙ୍କ ପାଇଁ ଭିତରକନିକା ବନ୍ଦ ରହିବ।

ବଉଳାକୁମ୍ଭୀର ମାନଙ୍କର ପ୍ରଜନନ ଋତୁ ହୋଇଥିବାରୁ ଏହାକୁ ଦୄଷ୍ଟିରେ ରଖି ବନବିଭାଗ ଏହି ପଦକ୍ଷେପ ନେଇଛି । ଏହି ସମୟରେ ବଉଳା କୁମ୍ଭୀରମାନେ ଅଣ୍ଡା ଦେବାକୁ ନିରାପଦ ସ୍ଥାନ ଠାବ କରି ବସା କରି ଅଣ୍ଡା ଦେଇଥାନ୍ତି । ଜୁଆର ମାଡୁନଥିବା ସ୍ଥାନରେ ଅର୍ଥାତ ସ୍ଥଳଭାଗରେ କୁମ୍ଭୀର ବସା କରି ଅଣ୍ଡା ଦେଇଥାଏ। ଏହି ସମୟରେ ମାଆ କୁମ୍ଭୀରମାନେ ଅଧିକ ହିଂସ୍ର ହୋଇ ପଡିଥାନ୍ତି । ଏହି ତିନି ମାସ ପର୍ଯ୍ୟନ୍ତ କୌଣସି ପର୍ଯ୍ୟଟକ ଭିତରକନିକା ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ବନ ବିଭାଗ ନିୟମ ଜାରି କରିଛି । ଏହି ସମୟରେ ମାଛଧରା ବୋଟ ଓ ଅନ୍ୟାନ୍ୟ ମଟରଚାଳିତ ବୋଟ ଗୁଡିକୁ ଜାତୀୟ ଉଦ୍ୟାନ ରେ ନିଷିଦ୍ଧ କରାଯାଇଛି। ମାତ୍ର ଅଗଷ୍ଟ ୧ ତାରିଖରୁ ପୁଣି ଥରେ ଭିତରକନିକା ଜାତୀୟ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE