ଆଜିଠୁଭିତର କନିକାରେ ପକ୍ଷୀ ଗଣନା
ଆଜିଠୁଭିତର କନିକାରେ ପକ୍ଷୀ ଗଣନ
ଭିତରକନିକା ଜାତୀୟ ଉଦ୍ୟାନରେ ଦେଶୀୟ ପକ୍ଷୀ ଗଣନା ୯ ତାରିଖଠୁ ଆରମ୍ଭ ହୋଇ ୧୩ ତାରିଖରେ ସରିବ । କିଛି ପକ୍ଷୀ ବିଶାରଦଙ୍କ ସହ ବନ କର୍ମଚାରୀ ମାନେ ସାମିଲ ହୋଇ ପକ୍ଷୀ ଗଣନା କରିବେ। ବିଶେଷକରି ଭିତରକନିକା ଜାତୀୟ ଉଦ୍ୟାନର ମଠଆଡିଆ,ଲକ୍ଷ୍ମୀପ୍ରସାଦଡିଆ, ଦୁର୍ଗାପ୍ରସାଦଡିଆରେ ଏହି ପକ୍ଷୀ ଗଣନା କରାଯିବ ।
ଏହି ସବୁ ସ୍ଥାନ ମାନଙ୍କରେ ଦେଶୀୟ ପକ୍ଷୀ ଗେଣ୍ଡାଳିଆ, ରାଣୀବଗ, ବଡ଼ବଗ, ମଝିଆବଗ, ଦାବେଣ୍ଟିଆ, କାପରଖାଇ, ପାଣିକୁଆ, ଛୋଟ ବଗ ପ୍ରଭୁତି ୧୦ପ୍ରଜାତିର ଏହି ଦେଶୀୟ ପକ୍ଷୀ ଗୁଆଁ, ବନି, କେରୁଆ ପ୍ରଭୁତି ଗଛରେ ବସା ବାନ୍ଧି ଅଣ୍ଡା ଦେଇଛନ୍ତି ।
ଏହି ଦେଶୀୟ ପକ୍ଷୀ ମାନେ ବର୍ଷା ଋତୁ ଆରମ୍ଭରେ ଦେଶର କୋଣ ଅନୁକୋଣରେ ନିଜର ବଂଶ ବିସ୍ତାର କରିବା ପାଇଁ ଭିତରକନିକା ଆସିଥାନ୍ତି। ଏଠାରେ ସେମାନଙ୍କର ଉପଯୋଗୀ ଖାଦ୍ୟ ଯଥା ମାଛ, କଙ୍କଡା ଓ ପୋକଜୋକ ପ୍ରଚୁର ପରିମାଣରେ ଉପଲବ୍ଧ ହେଉଥିବାରୁ ବସା ଋତୁ ଆରମ୍ଭରେ ସେମାନେ ସେମାନଙ୍କର ବଂଶ ବିସ୍ତାର ପାଇଁ ଆସିଥାନ୍ତି ବୋଲି ଏନେଇ ସୂଚନା ଦେଇଛନ୍ତି ବନବିଭାଗ ।