ଜାତୀୟ

ବଜେଟରେ ବିହାର ପାଇଁ ବଡ଼ ଘୋଷଣା

0
(0)

ବଜେଟରେ ବିହାର ପାଇଁ ବଡ଼ ଘୋଷଣା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ବଜେଟରେ, ବିହାର ରାଜ୍ୟ ପାଇଁ କିଛି ବଡ଼ ଘୋଷଣା କରିଛନ୍ତି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହାର ଚାହିଦାକୁ ପୂରଣ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ ବିହାରରେ ଗ୍ରୀନଫିଲ୍ଡ ବିମାନ ବନ୍ଦରର ସୁବିଧା ପ୍ରଦାନ କରାଯିବ । ଏହାସହ ପାଟନା ବିମାନ ବନ୍ଦରର ମଧ୍ୟ କ୍ଷମତାକୁ ବଢାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାଟନା ଆଇଆଇଟିର ସିଟ୍ ସଂଖ୍ୟାରେ ବୃଦ୍ଧି କରାଯିବ । ଆଉ ସେଠାରେ ଥିବା ହଷ୍ଟେଲ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯିବ । ଖାଲି ସେତିକି ନୁହେଁ, ପାଟନା ଆଇଆଇଟିରେ ଏବଂ ସଂରଚନାକୁ ଗୁରୁତ୍ୱ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଏହା ପୂର୍ବରୁ ମଧ୍ୟ ମଧ୍ୟବର୍ତ୍ତୀକାଳୀନ ବଜେଟରେ ମୋଦୀ ସରକାର ବିହାର ଆଉ ଆନ୍ଧ୍ରପ୍ରଦେଶକୁ ବେଶୀ ଫୋକସ୍ କରିଥିଲେ । ଯାହାକୁ ନେଇ ବିବାଦ ମଧ୍ୟ ଆରମ୍ଭ ହେଇଥିଲା ।

ଖାସ୍ କରି ନୀତିଶ ଏବଂ ଚନ୍ଦ୍ରବାବୁ ନାଇଡୁଙ୍କୁ ଖୁସି କରିବାକୁ କେନ୍ଦ୍ର ସରକାର ଏପରି କରୁଥିବା ବିରୋଧୀ ଅଭିଯୋଗ କରିଥିଲେ । ଆଉ ଏବେ ପୂର୍ଣ୍ଣ ବଜେଟରେ ମଧ୍ୟ ବିହାର ପାଇଁ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE