ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଯୋଗଦେବେ ବିଲ୍ ଗେଟ୍ସ
ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ଯୋଗଦେବେ ବିଲ୍ ଗେଟ୍ସ । ବିଲ୍ ଗେଟ୍ସ ଏହି ସମ୍ମିଳନୀରେ ଭାଗନେବା ସହ ସମ୍ବୋଧିତ କରିବେ ବୋଲି ଗେଟ୍ସ ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି।
ଆତିଥେୟତା ପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଲେ ଉଲ୍ଲେଖଯୋଗ୍ୟ, ବିଲ୍ ଗେଟ୍ସ ଗତକାଲି ଆନ୍ଧ୍ରପ୍ରଦେଶର ଅମରାବତି ଗସ୍ତରେ ଥିଲେ। ଏଆଇ ଓ ପ୍ରଯୁକ୍ତି ଜରିଆରେ ଆନ୍ଧ୍ରପ୍ରଦେଶର ବିକାଶ ତ୍ବରାନ୍ବିତ ହେଉଥିବା ଘଟଣା ତାଙ୍କୁ ଆନନ୍ଦ ଦେଇଛି।
ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡ଼ୁ ପ୍ରଦାନ କରିଥିବା ଆତିଥେୟତା ପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୋମବାର ବିଲ୍ ଗେଟ୍ସ ଆନ୍ଧ୍ରପ୍ରଦେଶରେ ଏକାଧିକ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଏପରିକି ଗୁଣ୍ଟୁର ଜିଲ୍ଲାରେ କ୍ରିଷ୍ଣା ନଦୀ କୂଳର ଏକ ଗ୍ରାମରେ ହୋଇଥିବା କଦଳୀ ବଗିଚାକୁ ସେ ବୁଲି ଦେଖିଥିଲେ।
