ବିଶୋଇବାସୀଙ୍କୁ ୪୨୦.୧୩ କୋଟିର ପ୍ରକଳ୍ପ ଭେଟି
ଦୁଇ ଦିନିଆ ମୟୂରଭଞ୍ଜ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଶୋଇବାସୀଙ୍କୁ ଦେଲେ ୪୨୦.୧୩ କୋଟିର ପ୍ରକଳ୍ପ ଭେଟି । ସୋମବାର ରାଇରଙ୍ଗପୁର ଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ୧୨୦ତମ ଜନ୍ମ ଜୟନ୍ତୀ ଉତ୍ସବରେ ଯୋଗ ଦେବା ପରେ ମଙ୍ଗଳବାର ଦ୍ବିତୀୟ ଦିନରେ ବିଶୋଇ ବ୍ଲକ୍ରେ କରିଛନ୍ତି ସ୍ଵତନ୍ତ୍ର ସାଧାରଣ ସଭା ।
ବିଶୋଇ ତଥା ରାଇରଙ୍ଗପୁର ସବ୍ ଡିଭିଜନ୍କୁ ୪୨୦.୧୩ କୋଟି ଟଙ୍କାର ୧୮୫ଟି ବିଭିନ୍ନ ଜନକଲ୍ୟାଣ ମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଶେଷ କରି ପାନୀୟ ଜଳ, ଜନସ୍ୱାସ୍ଥ୍ୟ, ଗ୍ରାମ୍ୟ ଉନ୍ନୟନ, ଶିକ୍ଷା ଓ ଆଦିବାସୀ ଉନ୍ନୟନ ବିଭାଗର ୩୨୮ କୋଟି ଟଙ୍କାର ୧୩୩ ପ୍ରକଳ୍ପର ଉଦଘାଟନ ହେବା ସହିତ ୯୧ କୋଟି ଟଙ୍କାର ୫୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ ।