ରାଜ୍ୟ

ବିଜେଡି ନେତାଙ୍କ ବିସ୍ପୋରକ ବୟାନ

0
(0)

ନିର୍ବାଚନର ଦିନ କେଇଟା ଭିତରେ ଲୋକଙ୍କ ଆଶା ଓ ଭରସାରେ ଫେଲ ହୋଇଛି ବିଜେପି । ସରକାରଙ୍କ ବିଫଳତା ଅସନ୍ତୋଷ ବୃଦ୍ଧିର କାରଣ ପାଲଟିଛି । ଆଉ ଓଡ଼ିଶାବାସୀ ନବୀନଙ୍କ ସୁଶାସନକୁ ଝୁରି ହେଉଛନ୍ତି । ଆଜି ଯଦି ରାଜ୍ୟରେ ନିର୍ବାଚନ ହେବ ତେବେ ବିଜେଡି ୧୦୦ରୁ ଅଧିକ ଆସନରେ ଜିତିବ । ନବରଙ୍ଗପୁରରେ ବିଜୁ ଜନତା ଦଳର ଜନସମ୍ପର୍କ ପଦଯାତ୍ରା ଅବସରରେ ଏଭଳି ଦୃଢୋକ୍ତି ପ୍ରକାଶ କରିଛନ୍ତି ଦଳୀୟ ନେତା ତଥା ସାଂସଦ ମୁନା ଖାଁ ।

ସେ କହିଛନ୍ତି, ନିର୍ବାଚନରେ ବିଜେପି ଯାହା ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ କରିବାରେ ବିଫଳ ହୋଇଛି । ବିଜେଡି ଛାଡି ବିଜେପିରେ ଯୋଗ ଦେଇଥିବା ୨୨ ଜଣଙ୍କ ମଧ୍ୟରୁ ବିଜେପି ଟିକେଟରେ ବିଜୟୀ ହୋଇଥିବା ୧୪ ବିଧାୟକ ବିଜେଡି ଲିଙ୍କରେ ରହିଛନ୍ତି । ତେଣୁ ଆଜି ଯଦି ନିର୍ବାଚନ ହେବ ତେବେ ବିଜେଡିକୁ ୧୦୦ରୁ ଅଧିକ ସିଟ୍ ମିଳିବା ନିଶ୍ଚିତ । କାରଣ ଏବେ ମଧ୍ୟ ୯୦ ପ୍ରତିଶତ ବ୍ଲକ ଓ ଜିଲ୍ଲା ପରିଷଦ ବିଜେଡି ଦଖଲରେ ରହିଛି ।

ନବରଙ୍ଗପୁରରେ ଚାଲିଥିବା ବିଜେଡିର ଜନ ସମ୍ପର୍କ ପଦଯାତ୍ରାରେ ରାଜ୍ୟସଭା ସାଂସଦ ମୁନା ଖାଁଙ୍କ ଭାଷଣକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply