ରାଜନୀତି

ଆଜିଠୁ ବିଜେଡିର ଦ୍ବିତୀୟ ପର୍ଯ୍ଯାୟ ଜନସମ୍ପର୍କ ପଦଯାତ୍ରା

0
(0)

ଆଜିଠୁ ବିଜେଡିର ଦ୍ବିତୀୟ ପର୍ଯ୍ଯାୟ ଜନସମ୍ପର୍କ ପଦଯାତ୍ରା । ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଦ୍ବିତୀୟ ପର୍ଯ୍ଯାୟ ପଦଯାତ୍ରା ହେବ । ସବୁ ନିର୍ବାଚନ ମଣ୍ଡଳିର ବ୍ଲକ ଓ ପୌରାଞ୍ଚଳରେ ପଦଯାତ୍ରା କରାଯିବ । ଓଡ଼ିଶାର ସ୍ବାର୍ଥ ପାଇଁ ପଦଯାତ୍ରାରେ ରଣହୁଙ୍କାର ଦେବ ଦଳ। ରାଜ୍ଯରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ଦରଦାମ ବୃଦ୍ଧି, ନାରୀ ନିର୍ଯାତନା ସମେତ ସୁଭଦ୍ରା ଓ ମାଗଣା ବିଜୁଳି ଭଳି ପ୍ରସଙ୍ଗରେ ବିଜେପି ସରକାରର ମିଛ ପ୍ରତିଶୃତି ଲୋକଙ୍କୁ ସଚେତନ କରାଯିବ । ଅକ୍ଟୋବର ୨ରୁ ୬ ତାରିଖ ଯାଏଁ ପ୍ରଥମ ପର୍ଯ୍ଯାୟ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ସମୟରେ ଦଳକୁ ମିଳିଥିଲା ବିପୁଳ ଜନସମର୍ଥନ । ଦ୍ବିତୀୟ ପର୍ଯ୍ଯାୟ ପଦଯାତ୍ରା ସହିତ ବିଜେଡିର ସଭ୍ଯ ସଂଗ୍ରହ ଅଭିଯାନ ବି ଜାରି ରହିବ ।

ଘରକୁ ଘର ବୁଲି ପଦଯାତ୍ରା ଓ ଅନଲାଇନ ମାଧ୍ୟମରେ ହେଉଛି ସଭ୍ୟ ସଂଗ୍ରହ । ସଭ୍ଯ ସଂଗ୍ରହ ଅଭିଯାନ ଅକ୍ଟୋବର ୯ ତାରିଖରୁ ଆରମ୍ଭ ହୋଇଥିବାବେଳେ ଡିସେମ୍ବର ୯ ତାରିଖ ଯାଏଁ ଚାଲିବ । ଗତଥର ପରି ଚଳିତଥର ଦଳ ଏକ କୋଟିରୁ ଅଧିକ ସଭ୍ୟ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି । ପ୍ରଥମ ଦିନ ୨୫ ହଜାରରୁ ଅଧିକ ସଭ୍ଯ ବିଜେଡି ସହ ଯୋଡ଼ି ହୋଇଥିଲେ । ଖୁବଶୀଘ୍ର ସଭ୍ୟ ସଂଗ୍ରହ ପାଇଁ ବ୍ଲକ ଓ ନିର୍ବାଚନ ମଣ୍ଡଳୀରେ କର୍ମଶାଳା ଆୟୋଜନ କରାଯିବ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply