ବଲିଉଡ ଅଭିନେତା ଗୋବିନ୍ଦା ହସ୍ପିଟାଲରେ ଭର୍ତ୍ତି ।
ବଲିଉଡ ଅଭିନେତା ଗୋବିନ୍ଦା ହସ୍ପିଟାଲରେ ଭର୍ତ୍ତି । ଘରେ ଅଚେତ ହୋଇ ପଡ଼ିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୬୧ ବର୍ଷୀୟ ଅଭିନେତା ଗତକାଲି ରାତିରେ ଘରେ ଅସୁସ୍ଥତା ଯୋଗୁଁ ଅଚେତ ହୋଇଯାଇଥିଲେ । ଡାକ୍ତରଙ୍କ ପରାମର୍ଶ ପରେ ଔଷଧ ଦିଆଯାଇଥିଲା ଏବଂ ପରେ ହସ୍ପିଟାଲକୁ ନିଆଯାଇଥିଲା ।
ଏନେଇ ତାଙ୍କର ବନ୍ଧୁ ତଥା ଆଇନଜୀବୀ ଲଳିତ ବିନ୍ଦଲ ଏନେଇ ସୂଚନା ଦେଇଛନ୍ତି । ଗୋବିନ୍ଦାଙ୍କୁ ଜୁହୁର କ୍ରିଟିକେୟାର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ତେବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ନେଇ ଅଧିକ ସୂଚନା ମିଳିପାରିନାହିଁ। ସେ ବିଭିନ୍ନ ପରୀକ୍ଷା କରାଇଛନ୍ତି ଏବଂ ଏବେ ରିପୋର୍ଟର ଆସିବା ପରେ ବାସ୍ତବରେ କ’ଣ ହୋଇଛି ସେନେଇ ସ୍ପଷ୍ଟ ସୂଚନା ମିଳିପାରିବ ।
ଗତ ବର୍ଷ ଅକ୍ଟୋବରରେ, ଗୋବିନ୍ଦା ନିଜର ଲାଇସେନ୍ସପ୍ରାପ୍ତ ରିଭଲଭର ଭୁଲରେ ଗୁଳି ଚଳାଇଥିଲେ । ଏବଂ ଗୁଳି ତାଙ୍କ ଗୋଡରେ ବାଜି ଆହତ ହୋଇଥିଲେ । ଆଣ୍ଠୁ ତଳେ ଗୁଳି ବାଜିଥିବା ବେଳେ ଗୁଳି ବାହାର କରିବା ପାଇଁ ଏକ ଘଣ୍ଟା ଧରି ଅସ୍ତ୍ରୋପଚାର କରାଯାଇଥିଲା ।
