ଆଉ ନାହାନ୍ତି ବଲିଉଡର ଷ୍ଟଣ୍ଟ ହିରୋ ଧର୍ମେନ୍ଦ୍ର
ସାରା ଅଭିନୟ ଜଗତ ଆଜି ସ୍ତବ୍ଧ । ବଲିଉଡରେ ଅତି ଦୁଃଖ ଖବର ସମସ୍ତଙ୍କ ଆଖି ଭିଜାଇଛି। ବଲିଉଡର ଷ୍ଟଣ୍ଟ ହିରୋ ଧର୍ମେନ୍ଦ୍ର ଆଉ ନାହାନ୍ତି । ୮୯ ବର୍ଷ ବୟସରେ ଦୁନିଆକୁ ଅଲବିଦା କହି ଅଫେରା ରାଇଜକୁ ଚାଲିଯାଇଛନ୍ତି ।
ତାଙ୍କ ନିଧନରେ ତାଙ୍କ ପ୍ରଶଂସକଙ୍କ ମନରେ ଏବେ ଅନେକ ସ୍ମୃତି ।ଧର୍ମେନ୍ଦ୍ର ନିଜର ଡେୟାରିଙ୍ଗ ନେଚର ପାଇଁ ସବୁଠୁ ଖାସ୍ । ୧୯୭୯ରେ ଫିଲ୍ମ ’କର୍ତ୍ତବ୍ୟ’ର ସୁଟିଂ ଚାଲିଥିଲା। ଏଥିରେ ଚିତାବାଘ ସହ ଧର୍ମେନ୍ଦ୍ରଙ୍କ ଏକ ଫାଇଟିଙ୍ଗ ସିନ୍ ଥିଲା। ସୁଟିଂ ଦେଖିବାକୁ ଏତେ ଲୋକଙ୍କ ଭିଡ଼ ଜମିଲା ଯେ ଭିଡ଼ ଦେଖି ଚିତା ଅଣାୟତ୍ତ ହୋଇଗଲା । ଆଉ ବାଘ ସହ ଧର୍ମେନ୍ଦ୍ରଙ୍କର ଘମାଘୋଟ ଲଢ଼େଇ ହୋଇଥିଲା ।
କେବଳ ପରଦାରେ ନୁହେଁ ନିଜ ବ୍ୟକ୍ତିଗତ ଜୀବନରେ ବି ଖୁବ୍ ଡେୟାରିଙ୍ଗ ଥିଲେ ଧର୍ମନ୍ଦ୍ର । କେବେ ବାଘ ସହ ତ କେବେ ସିଂହ ସହ ଲଢ଼ିଥିଲେ । ସବୁଥର ଜିତାପଟ୍ ମାରିଥିଲେ ଧର୍ମେନ୍ଦ୍ର । ସେଥିପାଇଁ ତାଙ୍କୁ ବଲିଉଡର ’He-Man’ ବୋଲି କୁହାଯାଉଥିଲା ।
