ଜାତୀୟ

ଗୁଜରାଟ ଅହମଦାବାଦର ୧୦ଟି ସ୍କୁଲକୁ ମିଳିଛି ବୋମା ଧମକ

0
(0)

ପୁଣି ସ୍କୁଲକୁ ବୋମା ଧମକ । ଗୁଜରାଟ ଅହମଦାବାଦର ୧୦ଟି ସ୍କୁଲକୁ ମିଳିଛି ବୋମା ଧମକ । ୧୦ଟି ସ୍କୁଲକୁ ଇମେଲ ମ୍ୟାଧ୍ୟମରେ ବୋମା ଧମକ ମିଳିଛି । ସ୍କୁଲ ଗୁଡ଼ିକୁ ବୋମାରେ ଉଡ଼ାଇଦେବାକୁ ‘ମୁନରୋ କ୍ୟୁକେଲ ‘ ନାମକ ଏକ ଇମେଲ ଆଇଡିରୁ ଧମକପୂର୍ଣ୍ଣ ମେଲ ଆସିଥିଲା ।

ମେଲ ସମ୍ପର୍କରେ ସୂଚନା ପାଇ ପୋଲିସକୁ ଜଣାଇଥିଲେ ସ୍କୁଲ ପ୍ରଶାସନ। ଏହାପରେ ଧମକ ମିଳିଥିବା ସମସ୍ତ ସ୍କୁଲରେ ଛୁଟି ଘୋଷଣା କରାଯାଇଥିଲା । ଘଟଣାସ୍ଥଳରେ ପୋଲିସ ସହ ବମ ସ୍କ୍ବାଡ, ସନ୍ଧାନକାରୀ କୁକୁର ଏବଂ ଦମକଳ ବାହିନୀ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି ।

ସାଇବର କ୍ରାଇମ ପୋଲିସ ଇ-ମେଲ ଆକାଉଣ୍ଟ ଏବଂ ମେଲ ପଠାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଛାନବିନ୍ ଆରମ୍ଭ କରିଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE