ରାଜ୍ୟ

ପଟ୍ଟାମୁଣ୍ତାଇ ଛାତ୍ରୀ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ତ ଗିରଫ

0
(0)

ପଟ୍ଟାମୁଣ୍ତାଇ ଛାତ୍ରୀ ମୃତ୍ୟୁ ଘଟଣାରେ ବୟଫ୍ରେଣ୍ତକୁ ଗିରଫ କରିଛି ପୁଲିସ । ଘଟଣାର ପାଞ୍ଚ ଦିନ ପରେ ବୟଫ୍ରେଣ୍ତ ପ୍ରମୋଦ ବେହେରାକୁ ଗିରଫ କଲା ପୁଲିସ । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ କାଠିଆପଡ଼ା ଗାଁରେ ଛାତ୍ରୀ ମୃତ୍ୟୁ ଘଟଣାରେ ତଦନ୍ତ ଯେତେ ଆଗକୁ ବଢୁଛି, ରହସ୍ୟ ସେତେ ବଢିବାରେ ଲାଗିଛି । ପୀଡିତାଙ୍କ ବାପାଙ୍କ ମୋବାଇଲ ଫୋନ୍‌କୁ ଜବତ କରିଛି ପୁଲିସ । ବାପାଙ୍କ ମୋବାଇଲରେ ମୃତ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡ଼ିଓ ରହିଥିବା ସୂଚନା ମିଳିଛି । ଏହି ଫଟୋ ଓ ଭିଡ଼ିଓକୁ ପୁରୁଷ ବନ୍ଧୁ ତାଙ୍କ ବାପାଙ୍କ ମୋବାଇଲକୁ ପଠାଇଥିବା ଗ୍ରାମାଞ୍ଚଳ ଥାନା ଆଇଆଇସି ସୂଚନା ଦେଇଛନ୍ତି ।

ସେହିପରି ପୁଲିସ ହେପାଜତରେ ଥିବା ପୁରୁଷବନ୍ଧୁ ପ୍ରମୋଦ ବେହେରାଙ୍କ ମୋବାଇଲ ଫୋନ୍‌କୁ ମଧ୍ୟ ଜବତ କରାଯାଇଛି । ଏହି ଫୋନ୍‌ରେ ମଧ୍ୟ ଛାତ୍ରୀଙ୍କ ଆପତ୍ତିଜନକ ଫଟୋ ଏବଂ ଭିଡ଼ିଓ ରହିଥିବା କୁହାଯାଉଛି । ତାଙ୍କ ହ୍ବାଟ୍‌ସଆପ୍ ଚାଟିଂ ଓ ଭିଡିଓ କଲ୍ ରେକର୍ଡ ମଧ୍ୟ ପୁଲିସ ପାଇଛି । ଗତକାଲି ପୋଲିସ ମୃତ ଛାତ୍ରୀଙ୍କ ପଡୋଶୀ ଓ ତାଙ୍କ ସମ୍ପର୍କୀୟଙ୍କ ଘର ଗ୍ରୀଲ୍‌ରେ ଲାଗିଥିବା ସିସିଟିଭି ଫୁଟେଜ୍ ଅନୁଧ୍ୟାନ କରିଥିଲା । ନିଜେ ଏସ୍‌ପି କ୍ରାଇମ୍‌ସ୍ପଟ୍‌କୁ ଯାଇ ତଦନ୍ତ କରିଥିଲେ । ଅଗଷ୍ଟ ୫ ଓ ୬ ତାରିଖ ମଧ୍ୟରେ ଘର ଆଖପାଖରେ କ’ଣ ସବୁ ଘଟିଥିଲା, ତାହା ଜାଣିବାକୁ ଚାହୁଁଛି ପୁଲିସ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE