ରାଜ୍ୟ

ଘରେ ନିଆଁ ଲଗେଇ ଦେଲେ ପ୍ରେମିକର ପରିବାର

5
(1)

ଅଧିକାର ପାଇଁ ମାସ ମାସ ଧରି ସଂଘର୍ଷ କରୁଛନ୍ତି ପତ୍ନୀ
ଶାଶୂଘର ଲୋକଙ୍କ ନାଁରେ ମାମଲା ରୁଜୁ କରି ଦୋଷ ଛଡାଇ ଦେଇଛି ପୁଲିସ । ଶାଶୂଘର ଲୋକେ ନିଜ ଘର ଛାଡ଼ି ଅନ୍ୟତ୍ର ପଳାଇଥିବା ବେଳେ, ଚାଳ ଘରେ ଏକା ରୋଷେଇ କରି ସ୍ୱାମୀ ଅପେକ୍ଷାରେ ରହୁଥିଲେ ଭିନ୍ନ ଜାତିର ଭିନ୍ନକ୍ଷମ ବୋହୂ ଲକ୍ଷ୍ମୀପ୍ରିୟା ବେହେରା (୨୦) । ଗତକାଲି ରାତିରେ ଗାଁ ଲୋକେ ଦୀପାବଳିରେ ପାଲା ଦେଖି ନିଜ ନିଜ ଘରେ ଶୋଇଥିବା ବେଳେ ଭୋର ପ୍ରାୟ ସାଢେ ୪ଟା ବେଳେ କେହି ଦୁର୍ବୃତ୍ତ ଲକ୍ଷ୍ମୀ ରହୁଥିବା ଚାଳ ଘରକୁ ନିଆଁ ଲଗାଇଦେଇଥିଲା । ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳଜିଲ୍ଲା ପର୍ଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ବସନ୍ତପଡ଼ା ଗାଁରେ । କୁମୁସୀ ଗାଁର ଲକ୍ଷ୍ମୀପ୍ରିୟା ବେହେରାଙ୍କର ଚଳିତ ବର୍ଷ ଏପ୍ରିଲରେ ବସନ୍ତ ପଡା ଗାଁର ସୁବ୍ରତ ସାହୁ (୨୨)ଙ୍କ ସହ ଶିବ ମନ୍ଦିରରେ ପ୍ରେମ ଆରମ୍ଭ ହୋଇଥିଲା । ତାପରେ ସମ୍ପର୍କ ବଢ଼ି ବିବାହ କରି ମାସେ ତଳେ ନିଜ ଘରକୁ ଆଣିଥିଲେ ସୁବ୍ରତ ।

ଘରେ କିନ୍ତୁ ତାଙ୍କୁ ତାଙ୍କ ମା ସୌଭାଗିନୀ ସାହୁ, ଭାଇ ସନାତନ ସାହୁ, ତାଙ୍କ ଭାଉଜ, ଭଉଣୀ ସମସ୍ତେ ବିରୋଧ କରିଥିଲେ । ଏ ନେଇ ଗତ ମାସ ୨୫ ତାରିଖ ରେ ପୁଲିସରେ ଏକ ମାମଲା ରୁଜୁ ହୋଇ ଅସହାୟ ଲକ୍ଷ୍ମୀଙ୍କୁ ଢେଙ୍କାନାଳ ସଖୀ ଗୃହରେ ରଖା ଯାଇଥିଲା । କିଛି ଦିନ ପରେ ସେଠାରୁ ସେ ପଳାଇ ଆସି ପ୍ରାୟ କୋଡିଏ ଦିନ ଧରି ସ୍ୱାମୀ ଅପେକ୍ଷାରେ ଶାଶୂଘର ଚାଳ କୁଡ଼ିଆ ପିଣ୍ଡାରେ ରହି ଆସୁଥିଲେ । ଗତକାଲି ପାଖରେ ପାଲା ହେଉଥିବା ବେଳେ ସେ ଘର ଭିତରକୁ ଯାଇ ଶୋଇଥିଲେ । ଏହାର ସୁଯୋଗ ନେଇ ତାଙ୍କ ନଣନ୍ଦେଇ ଶକ୍ତି ସାମଲ ନିଆଁ ଲଗାଇଦେଇ ମାରି ଦେବାକୁ ଉଦ୍ୟମ କରିଥିଲେ ବୋଲି ପୀଡ଼ିତା କହିଛନ୍ତି ।

ସମ୍ମୁଖ ଘରେ ରହୁଥିବା ପଡୋଶୀ ନିତ୍ୟାନନ୍ଦ ସାହୁ ତାଙ୍କ ଲୁଗାରୁ ନିଆଁ ଲିଭାଇ ତାଙ୍କୁ ଉଦ୍ଧାର କରିଥିଲେ lଲଷ୍ମୀ ଆହୁରି କହନ୍ତି କି ପୂର୍ବରୁ ତାଙ୍କ ଶାଶୁ ଘର ଲୋକେ କିରୋସିନି ଢାଳି ମାରିଦେବାକୁ ଉଦ୍ୟମ କରିଥିଲେ । ଗତକାଲି ତାଙ୍କ ନଣଦେଇ ଶକ୍ତି ସାମଲ ମୋ ପାଖ ଦେଇ ଅନେକ ଥର ଯାଆ ଆସ କରିଥିଲେ। ସେ ହିଁ ନିଆଁ ଲଗାଇ ମୋତେ ମାରିଦେବାକୁ ଉଦ୍ୟମ କରୁଥିଲେ।

ଗାଁ ସଭାପତି ବାପି ସାହୁ କହନ୍ତି, ନିଆଁ ପରେ ନିତ୍ୟାନନ୍ଦ ସାହୁ ତାଙ୍କୁ ଉଦ୍ଧାର କରିଥିଲେ । ଆମେ ପର୍ଜଙ୍ଗ ଅଗ୍ନିଶମ ଗାଡ଼ି ଡାକି ନିଆଁକୁ ଲିଭାଇଥିଲୁ । ପୁଲିସକୁ ଖବର ଦେଇ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ମେଡିକାଲକୁ ପଠାଇଛୁ । ସ୍ୱାମୀ ସୁବ୍ରତ ଅନ୍ୟ ରାଜ୍ୟରେ ଥିବା ବେଳେ ପୁଲିସର ଶିଥିଳ ମନୋଭାବ ପାଇଁ ଭିନ୍ନକ୍ଷମ ଝିଅକୁ ନ୍ୟାୟ ମିଳୁନି ବୋଲି କହୁଛନ୍ତି ପୀଡ଼ିତା ଲକ୍ଷ୍ମୀ ।

How useful was this post?

Click on a star to rate it!

Average rating 5 / 5. Vote count: 1

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE