ରାଜ୍ୟ

ଜେଲ୍‌ରେ ବିଗିଡ଼ିଲା ଲାଞ୍ଚୁଆ ଆଇଏଏସ୍‌ ଅଫିସରଙ୍କ ସ୍ବାସ୍ଥ୍ୟ

0
(0)

ଜେଲ୍‌ରେ ବିଗିଡ଼ିଲା ଲାଞ୍ଚୁଆ ଆଇଏଏସ୍‌ ଅଫିସରଙ୍କ ସ୍ବାସ୍ଥ୍ୟ । ଧର୍ମଗଡ଼ ଉପଜିଲ୍ଲାପାଳ ଧୀମାନ ଚକମାଙ୍କ ସ୍ବାସ୍ଥ୍ୟ ବିଗିଡ଼ି ଯାଇଛି । ତାଙ୍କୁ ଜେଲ୍‌ରେ ଚିକିତ୍ସା ଦେଉଛନ୍ତି ଡାକ୍ତରୀ ଟିମ୍ । ଗତକାଲି ଜାମିନ ନାମଞ୍ଜୁର ପରେ ତାଙ୍କୁ ଭବାନୀପାଟଣ ଜିଲ୍ଲା କାରାଗାରକୁ ପଠାଇ ଦିଆଯାଇଥିଲା ।

ପରେ ଆଜି ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଭବାନୀପାଟଣା ଜିଲ୍ଲା କାରାଗାରକୁ ପଠାଇ ଦେଇଥିଲା ଭିଜିଲାନ୍ସ କୋର୍ଟ । ଜଣେ ବ୍ୟବସାୟୀଙ୍କଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଧର୍ମଗଡ଼ ସବ୍‌କଲେକ୍ଟର ଧୀମାନ୍ ଚକମା ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ଏହାପରେ ତାଙ୍କ ସରକାରୀ ବାସଭବନରୁ ୪୭ଲକ୍ଷ ୪୭ ହଜାର ୬୦୦ ଟଙ୍କା ଜବତ ହୋଇଥିଲା ।

ଏକାଧିକ ସ୍ଥାନରେ ଚଢ଼ାଉ ବେଲେ ସମୁଦାୟ ୫୭ ଲକ୍ଷ ୪୬ ହଜାର ୬୦୦ ଟଙ୍କା ଜବତ ହୋଇଥିଲା ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE