ପାକିସ୍ତାନୀଙ୍କ ଗୁଳି ମାଡରେ ଜଣେ BSF ଯବାନ ସହିଦ
ଜମ୍ମୁର ଅନ୍ତରାଷ୍ଟ୍ରୀୟ ସୀମାରେ ପାକିସ୍ତାନୀଙ୍କ ଗୁଳି ମାଡରେ ଜଣେ BSF ଯବାନ ସହିଦ । BSFର ବୀର ସହିଦ ସବ୍ ଇନ୍ସପେକ୍ଟର ମହମ୍ମଦ ଇମତିଆଜ ସାହାସିକତାର ସହ ଆଗକୁ ବଢି ନେତୃତ୍ୱ ନେଇ ଦେଶ ପାଇଁ ବଡ଼ ବଳିଦାନ ଦେଇଛନ୍ତି । ତାଙ୍କର ଏପରି ବଳିଦାନକୁ ସମସ୍ତେ ସଲାମ କରିଛନ୍ତି ।
ସୂଚନାନୁଯାୟୀ, ପାକିସ୍ତାନ ସୀମା ପାର ଗୁଳିମାଡ଼ରେ BSF ଯବାନ ପ୍ରାଣ ହରାଇଥିବାବେଳେ ଗୁଳି ଆକ୍ରମଣରେ ଅନ୍ୟ ଆଉ ୭ ଜଣ ଆହତ ହୋଇଛନ୍ତି । ତୁରନ୍ତ ଆହତମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଳରେ ଭର୍ତ୍ତି କରାଯାଇଛି । ମେ ୧୦ ଜମ୍ମୁର ଆରଏସସୀମାରେ ଏପରି ଘଟଣା ଘଟିଥିବା ସୂଚନା ମିଳିଛି । ବୀର ସହିଦଙ୍କ ସର୍ବୋଚ୍ଚ ବଳିଦାନକୁ ସଲାମ କରିବା ସହ ସେ ସାହାସିକତାର ସହ ନେଇଥିବା ନେତୃତ୍ୱ ସମ୍ପର୍କରେ ଜଣାଇଛନ୍ତି BSF ର ବରିଷ୍ଠ ଅଧିକାରୀ । ଏହା ବ୍ୟତୀତ BSFର ମହାନିର୍ଦ୍ଦେଶକ ସହିଦଙ୍କ ପରିବାରଙ୍କୁ ମଧ୍ୟ ସମବେଦନା ଜଣାଇଛନ୍ତି ।
