ଜାତୀୟ

ଚନ୍ଦ୍ରଯାନ-୫’କୁ ମିଳିଲା ଅନୁମତି

0
(0)

କେନ୍ଦ୍ର ସରକାରଙ୍କ ପକ୍ଷରୁ ଭାରତର ପଞ୍ଚମ ମୁନ ମିଶନ ‘ଚନ୍ଦ୍ରଯାନ-୫’କୁ ଅନୁମତି ମିଳିଛି। ଚନ୍ଦ୍ରଯାନ-୩ରେ ଇସ୍ରୋ ଚନ୍ଦ୍ରପୃଷ୍ଠକୁ ୨୫ କେଜିର ରୋଭର ପ୍ରଜ୍ଞାନ ପଠାଇଥିଲା। କିନ୍ତୁ ଚନ୍ଦ୍ରଯାନ-୫ରେ ଏହାଠୁ ୧୦ଗୁଣ ଅଧିକ ଓଜନ ତଥା ୨୫୦ କେଜିର ରୋଭର ପଠାଯିବ। ଏହା ଚନ୍ଦ୍ରପୃଷ୍ଠରେ ଗଡ଼଼ିବା ସହିତ ଏହାର ଗଠନ ଓ ସରଞ୍ଚନା ଆଦି ଯାଞ୍ଚ କରିବ ବୋଲି ଇଣ୍ଡିଆନ୍‌‌ ସ୍ପେଶ୍‌‌ ରିସର୍ଚ୍ଚ ଅର୍ଗାନାଇଜେସନ୍‌‌ (ଇସ୍ରୋ) ଅଧ୍ୟକ୍ଷ ଭି.ନାରାୟଣନ୍‌‌ ସୂଚନା ଦେଇଛନ୍ତି। ଜାପାନ ସହ ମିଳିତ ଭାବେ ଏହି ରୋଭର ନିର୍ମାଣ କରାଯିବ। ୨୦୨୭ ସୁଦ୍ଧା ହେବାକୁ ଥିବା ଚନ୍ଦ୍ରଯାନ-୪ ମିଶନରେ ଚନ୍ଦ୍ରରୁ ମାଟି ଆଣିବା ଲକ୍ଷ୍ୟ ରଖାଯାଇଛି। ଯଥେଷ୍ଟ ପୂର୍ବରୁ ଚନ୍ଦ୍ରଯାନ-୫କୁ କେନ୍ଦ୍ର ସରକାରଙ୍କ ସବୁଜ ସଙ୍କେତ ମିଳିସାରିଛ ବୋଲି ଇସ୍ରୋ ଅଧ୍ୟକ୍ଷ ଭି.ନାରାୟଣନ୍‌‌ ପ୍ରକାଶ କରିଛନ୍ତି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE