ମନୋରଞ୍ଜନ

ଚହଲ ବିଚ୍ଛେଦ ବାବଦକୁ ଦେବେ ୬୦ କୋଟି

0
(0)

କ୍ରିକେଟର ୟୁଜବେନ୍ଦ୍ର ଚହଲ ଓ ଡ୍ୟାନ୍ସର ତଥା ପତ୍ନୀ ଧନଶ୍ରୀ ଶେଷରେ ପରସ୍ପରଠୁ ଅଲଗା ହେଲେ । ୧୮ମାସ ହେବ ପରସ୍ପରଠୁ ଅଲଗା ହେବା ପରେ ଏବେ ଉଭୟଙ୍କଠୁ ଅଲଗା ହୋଇଛନ୍ତି । ବାନ୍ଦ୍ରା ଫ୍ୟାମିଲି କୋର୍ଟରେ ବିବାହ ବିଚ୍ଛେଦ ପାଇଁ ଚାଲିଥିବାବେଳେ ଗୁରୁବାର କୋର୍ଟ ମୋହର ମାରିଛନ୍ତି । ୨୦୨୦ ଡିସେମ୍ବର ୧୧ରେ ବେଶ୍ ଧୁମଧାମରେ ଏମାନଙ୍କ ବାହାଘର ହୋଇଥିଲା ।

ଉଭୟଙ୍କ ପରିବାରର ସହମତିରେ ବାହାଘର ହେବା ସହ ବଲିଉଡ ଓ କ୍ରିକେଟର ଦୁନିଆର ଅନେକ ତାରକା ଯୋଗଦେଇଥିଲେ । ତେବେ ୨୦୨୩ରେ ଏମାନଙ୍କ ମଧ୍ୟରେ ତିକ୍ତତା ଆସିଥିବା ଖବରକୁ ଏକ ଗୁଜବ କହି ଉଭୟ ଏଡାଇଯାଇଥିଲେ ।

ହେଲେ ସମୟ ବଢ଼ିବା ସହ ଗୁଜବ ସତ ହୋଇଥିଲା। ବିଭିନ୍ନ ଘଟଣା ଏକଥା ପ୍ରକାଶ କରିଥିଲା ଯେ କିଛି ଠିକ ନାହିଁ ଉଭୟଙ୍କ ମଧ୍ୟରେ । ତେବେ ଦେଢ଼ବର୍ଷ ହେବ ପରସ୍ପରଠୁ ଦୂରେଇ ରହିବା ନେଇ ଖବର ପ୍ରଚାର ହେବା ସହ ଉଭୟ ପରସ୍ପରକୁ ସୋସିଆଲ ମିଡିଆରେ ଅନଫଲୋ କରିଥିଲେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE