ରାଜନୀତିରାଜ୍ୟସ୍ୱତନ୍ତ୍ର

ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ପାଇବେ ଶ୍ରେଷ୍ଠ ବିଧାୟକ ସମ୍ମାନ

0
(0)

“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ । ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ” । ଏ ମନ୍ତ୍ର ନେଇ ଅନୁଗୁଳ ରାଜନୀତି ଆକାଶରେ ନୂଆ କାହାଣୀ ଲେଖିଥିବା ଜନପ୍ରିୟ ନେତା ତଥା ଅତି ଆପଣାର ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା । ସମସ୍ୟାରେ ଜର୍ଜରିତ ଛେଣ୍ଡିପଦାକୁ ଏକ ନୂଆ ସୋପାନରେ ପ୍ରବେଶ କରାଇ ବିକାଶର ନୂଆ ଉଡାଣ ଭରିବାକୁ ଉଦ୍ୟମରତ ବିଧାୟକ ହେଉଛନ୍ତି ଶାନ୍ତ, ସରଳ ଅଗସ୍ତି ବେହେରା । 2024 ସାଧାରଣ ନିର୍ବାଚନରେ ଐତିହାସିକ ବିଜୟ ହାସଲ କରି ରେକର୍ଡ କରିବା ସହ ସମସ୍ତଙ୍କୁ ସାଙ୍ଗରେ ନେଇ ସେ ଆଗେଇ ଚାଲିଛନ୍ତି । ତାଙ୍କ କାର୍ଯ୍ୟଶୈଳୀ ଓ ସେବା ମନୋଭାବ ପାଇଁ ଇଣ୍ଟରଭ୍ୟୁ ଟାଇମ୍ସ ତରଫରୁ ତାଙ୍କୁ ଶ୍ରେଷ୍ଠ ବିଧାୟକ ଭାବେ ମନୋନୀତ କରାଯାଇଛି । ଆସନ୍ତା 25 ତାରିଖରେ ମାନ୍ୟବର ରାଜ୍ୟପାଳ ମହୋଦୟ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରିବା କାର୍ଯ୍ୟକ୍ରମ ରହିଛି ।  

ଛେଣ୍ଡାପଦା ରାଜନୀତିରେ ଓ୍ୱାନ୍ ପିସ୍ ଲିଡର୍ ଅଗସ୍ତି ବେହେରା । ଲୋକନୀତିରେ ଯେତିକି ଚର୍ଚ୍ଚିତ, ରାଜନୀତିରେ ସେତିକି ଧୂରୀଣ । ସାନରୁ ବଡ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲନ୍ତି । ଖଣିଖାଦାନ ଦୃଷ୍ଟିରୁ ରାଜ୍ୟରେ ଛେଣ୍ଡିପଦାର ବିଶେଷ ଗୁରୁତ୍ବ ରହିଛି । ଏହି ମାଟିରୁ ପୂର୍ବ ସରକାର ଯେତିକି ରାଜସ୍ବ ନେଉଥିଲେ ଲୋକଙ୍କୁ ସେତିକି ଭେଟିଦେବାରେ ବିଫଳ ହେଉଛନ୍ତି । ରତ୍ନଗର୍ଭା ହୋଇ ବି ଛେଣ୍ଡିପଦା ମାଟି ଥିଲା ଗରିବୀର ପରିଚୟ । ଛେଣ୍ଡିପଦାର ବିକାଶକୁ ତତ୍କାଳୀନ ସରକାର ଗୁରୁତ୍ବ ନଦେବା ବେଶୀ ବାଧିଥିଲା ମାଟିର ପୁଅ ଅଗସ୍ତିଙ୍କୁ । ଏଣୁ ବିଜେଡି ବିରୋଧରେ ରଣହୁଙ୍କାର ଦେବା ସହ ମାଟିମାଆ ପାଇଁ ଜୋରଦାର ଲଢେଇ କରିଥିଲେ । ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ ଓ ମୋଳିକ ସେବା ପାଇଁ ଲଢେଇ କରିଥିଲେ । ଚାଷୀ, ଯୁବକ, ମହିଳା ଓ ଛାତ୍ରଛାତ୍ରୀଙ୍କ ସ୍ବର ସାଜି ଘରେ ଘରେ ପହଞ୍ଚିଥିଲେ । ଶେଷରେ କ୍ରୀତଦାସ ବନାମ ସ୍ବାଭିମାନ ଲଢେଇରେ ଅସ୍ମିତାର ବିଜୟ ଘଟି ଅଗସ୍ତିକୁ ଭରସା କରିଥିଲେ ଛେଣ୍ଡିପଦାବାସୀ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଖାସ୍ ଭାବେ ପରିଚିତ ଅଗସ୍ତି । ନିର୍ବାଚନ ଜିତିବା ପରଠୁ ସବୁବେଳେ ସେ ବିକାଶକୁ ପ୍ରାଧାନ୍ୟ ଦେଇଆସିଛନ୍ତି । ସବୁଦିନ ବିଭିନ୍ନ ଅଞ୍ଚଳ ଗସ୍ତ କରି ଲୋକଙ୍କ ସୁଖଦୁଃଖର ସାଥୀ ସାଜିଛନ୍ତି । ମୌଳିକ ସମସ୍ୟାର ସମାଧାନ ପାଇଁ ଅହର୍ନିଶି ଉଦ୍ୟମ କରୁଛନ୍ତି ଅଗସ୍ତି । ମୁଖ୍ୟମନ୍ତ୍ରୀଙ୍କ ପାଖରେ ଛେଣ୍ଡିପଦାବାସୀଙ୍କ ଦାବି ରଖିବା ସହ ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ପଦକ୍ଷେପ ନେଉଛନ୍ତି । ଲଗାତାର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରି ବାବୁଙ୍କୁ ବିକାଶର ହିବାସ ମାଗୁଛନ୍ତି । ଛେଣ୍ଡିପଦାରେ ସମସ୍ତଙ୍କ ମୁଣ୍ଡକୁ ପକ୍କା ଘର, ଗାଁକୁ ପାଣି, ରାସ୍ତା, ବିଜୁଳି ସହ ରୋଜଗାର ଯୋଗାଇଦେବାକୁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ଅଗସ୍ତିଙ୍କ ମନ୍ତ୍ର ହେଉଛି- ବିକାଶ କାର୍ଯ୍ୟରେ ସାଲିସ୍ ହେବନି କି ଦୁର୍ନୀତିକୁ ପ୍ରୋତ୍ସାହନ ଦିଆଯିବନି । ଦୁର୍ନୀତିଖୋର ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ସେ କଡ଼ା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି । ଛେଣ୍ଡିପଦାର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ । କୌଣସି ଦଳ ନୁହେଁ କି ଦଳୀୟ କର୍ମୀଙ୍କ ନୁହେଁ ବରଂ ସମସ୍ତଙ୍କ କାମ ହେବ ବୋଲି ପ୍ରତିଶ୍ରୁତି ଦେଇ ବିରୋଧୀଙ୍କର ବି ମନ ଜିଣିଛନ୍ତି ଅଗସ୍ତି । ସେହିଭଳି ବିଧାନସଭାରେ ସେ ଛେଣ୍ଡିପଦାବାସୀଙ୍କ ସ୍ବର ଉଠାଇ କଡା ଜବାବ ମାଗିଛନ୍ତି । ଚାଷୀଙ୍କ ପାଇଁ ଜଳସେଚନ ସୁବିଧା ସହ ଅନ୍ୟାନ୍ୟ ପ୍ରସଙ୍ଗରେ ମନ୍ତ୍ରୀଙ୍କଠୁ ଉତ୍ତର ଆଦାୟ କରି ବେଶ୍ ଚର୍ଚ୍ଚାରେ ରହିଛନ୍ତି ।

ଓଡ଼ିଶା ରାଜନୀତିରେ ଭାରତୀୟ ଜନତା ପାର୍ଟିର ଜଣେ ସଚ୍ଚା କର୍ମୀ ଭାବରେ ସକ୍ରିୟ ଅଗସ୍ତି ବେହେରା । ତାଙ୍କ ନେତୃତ୍ବ ଆଉ ଆନୁଗତ୍ୟ ପାଇଁ ୨୦୨୪ ମସିହା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେପିର ପ୍ରାର୍ଥୀ ଭାବରେ ଛେଣ୍ଡିପଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୯୩,୬୨୯ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜୁ ଜନତା ଦଳର ପାର୍ଥୀ ସୁଶାନ୍ତ କୁମାର ବେହେରାଙ୍କୁ ୧୫,୦୬୩ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି । ଆଗକୁ ମଧ୍ୟ ତାଙ୍କର ଏହି ସଫଳ ରାଜନୈତିକ ଯାତ୍ରା ଜାରି ରହୁ ଏବଂ ଲୋକଙ୍କୁ ସେବା ଯୋଗାଇଦିଅନ୍ତୁ ବୋଲି ଇଣ୍ଟରଭ୍ୟୁ ଟାଇମ୍ସ ତରଫରୁ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛୁ…..

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE