ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କିଷାନ ଯୋଜନା
ଲାଭବାନ ହେବେ ଚାଷୀଭାଇ । ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କିଷାନ ଯୋଜନା । ଏନେଇ ଆଜି ବିଧାନସାରେ ଲିଖିତ ଉତ୍ତର ଦେଇ କହିଛନ୍ତି କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ।
ମିଳିଥିବା ସୂଚନା ଅନୁଯାୟୀ ବିଜେଡି ସରକାର ଅମଳରେ ଆରମ୍ଭ ହୋଇଥିବା କାଳିଆ ଯୋଜନା ନାମକୁ ପରିବର୍ତ୍ତନ କରାଯାଇ ସିଏମ୍ କିଷାନ ଯୋଜନାରେ ନାମିତ କରାଯାଇଛି। ଖୁବ୍ ଶୀଘ୍ର ଏହା ଲାଗୁ କରାଯିବ । ସିଏମ୍ /ମୁଖ୍ୟମନ୍ତ୍ରୀ କିଷାନ୍ ଯୋଜନାରେ ପ୍ରତ୍ୟକ କିସ୍ତିରେ ୨ ହଜାର ଲେଖାଏଁ ବର୍ଷକୁ ଦୁଇଟି କିସ୍ତିରେ ୪ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ । ଏହି ଯୋଜନାରେ ଲାଭବାନ ହେବେ କ୍ଷୁଦ୍ର ଓ ଭୂମିହୀନ ଚାଷୀ । ପ୍ରତ୍ୟକ ଭୂମିହୀନ କୃଷି ପରିବାରକୁ ସମୁଦାୟ ୩ଟି କିସ୍ତିରେ ୧୨ ହଜାର ୫ ଶହ ଟଙ୍କା ପ୍ରଦାନ କରାଯିବ ।
ଆବେଦନ କିଭଳି କରିବେ ?
ପଞ୍ଜିକୃତ ହେବା ପାଇଁ ଚାଷୀମାନେ ସିଏମ୍ କିଷାନ୍ ଅଭିଯୋଗ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ ।
ସେହିଭଳି ପିଏମ୍ କିଷାନ ଯୋଜନା ନିୟମାବଳୀକୁ ସାମ୍ନାରେ ରଖି ଚାଷୀମାନଙ୍କୁ ଯୋଗ୍ୟ ବିବେଚିତ କରାଯିବ । ଯୋଗ୍ୟ ବିବେଚିତ ଚାଷୀମାନଙ୍କୁ ପିଏମ୍ କିଷାନ ସହାୟତା ରାଶି ପ୍ରଦାନ କରାଯିବ ।