ରାଜ୍ୟ

ପୀତବାସ ପଣ୍ଡାଙ୍କୁ ଜଘନ୍ୟ ହତ୍ୟା ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

0
(0)

ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଜଘନ୍ୟ ହତ୍ୟା ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଘଟଣାର ଦୃଢ ନିନ୍ଦା କରିବା ସହ ଖୁବଶୀଘ୍ର ଦୋଷୀଙ୍କୁ ଖୋଜି ବାହାର କରାଯିବ । ସେମାନଙ୍କ ଵିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ କହିଲେ ମୋହନ । ଓଡ଼ିଶା ଏକ ଶାନ୍ତିପୂର୍ଣ୍ଣ ରାଜ୍ୟ । ଏଭଳି ଜଘନ୍ୟ ଓ ଅମାନୁଷିକ ଘଟଣାକୁ କୌଣସି ପରିସ୍ଥିତିରେ ମଧ୍ଯ ବରଦାସ୍ତ କରାଯିବ ନାହିଁ । ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ଅନ୍ୟପଟେ ବିଜେପି ନେତା ପୀତବାସ ପଣ୍ଡାଙ୍କୁ କିଏ କଲା ହତ୍ୟା । ରାଜନୈତିକ ନା ବ୍ୟକ୍ତିଗତ ଶତୃତା କାରଣ ଖୋଜୁଛି ପୋଲିସ। ସିସିଟିଭି ଫୁଟେଜରୁ ମିଳିଛି ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ । କିଏ ଓ କାହିଁ କି ମାରିଲା ଗୁଳି ମାରିଲା ପୋଲିସ ଆଇଜି, ଗଞ୍ଜାମ ଏସପି ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଜୋରଦାର ତଦନ୍ତ ଚଳାଇଛନ୍ତି । ବାଇକ୍ ରେ ଆସି ଦୁଇ ରାଉଣ୍ଡ ଗୁଳିମାଡ଼ କରି ଫେରାର ହୋଇ ଯାଇଥିଲେ ମୁଖାପିନ୍ଧା ର୍ଦୁବୃତ୍ତ। ଗତକାଲି ରାତି ପ୍ରାୟ ୧୦ ଟା ସମୟରେ ବୈକୁଣ୍ଠନଗରରେ ଥିବା ତାଙ୍କ ଘର ନିକଟରେ ଦୁର୍ବୃତ୍ତମାନେ ଗୁଳି କରିଥିଲେ । ଘରକୁ ଫେରୁଥିବା ବେଳେ ତାଙ୍କ ଘର ନିକଟରେ ଦୁଇ ଜଣ ବାଇକରେ ଆସି ତାଙ୍କୁ ଅଟକାଇଥିଲେ । ଏହାପରେ ଅତର୍କିତ ଭାବେ ଗୁଳି ଚଳାଇ ଚମ୍ପଟ ମାରିଥିଲେ । ପୀତବାସଙ୍କୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE