ଜାତୀୟ

ଶପଥ ନେଲେ ଜାମ୍ମୁକାଶ୍ମୀରର ମୂଖ୍ୟମନ୍ତ୍ରୀ

0
(0)

ଦୀର୍ଘ ୧୦ ବର୍ଷ ପରେ ଜାମ୍ମୁକାଶ୍ମୀରରେ ସରକାର ଗଠନ ହୋଇଛି । ନ୍ୟାସନାଲ କନଫରେନ୍ସ ନେତା ଓମାର ଅବଦୁଲ୍ଲା ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ତାଙ୍କ ଶପଥଗ୍ରହଣ ସମାରୋହରେ ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଯୋଗ ଦେଇଥିବାର ଦେଖିବାକୁ ମିିଳିଛି । ଏହି ଶପଥଗ୍ରହଣ ସମାରୋହ ଶେର-ଏ କାଶ୍ମୀର ଇଣ୍ଟରନ୍ୟାସନାଲ କନଭେନସନ ସେଣ୍ଟରରେ ଅନୁଷ୍ଠିତ ହୋଇଛି । ଓମାର ଅବଦୁଲ୍ଲାଙ୍କ ସହ ମନ୍ତ୍ରୀଭାବେ ସତୀଶ ଶର୍ମା, ସକିନା ଇଟ୍ଟୁ, ଜାଭେଦ ଡାର, ସୁରିନ୍ଦର ସିଂ ଚୌଧୁରୀ, ଜାଭେଦ ରାଣା ଓ ଜାଭେଦ ଡାର ଶପଥ ନେଇଛନ୍ତି ।

ସୂଚନା ଥାଉକି ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ, କଂଗ୍ରେସ ଓ ବାମଦଳ ମିଳିତ ଭାବେ ନିର୍ବାଚନ ଲଢିଥିଲେ । ୯୦ ଆସନ ବିଶିଷ୍ଠ ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟକୁ ୪୯ ଟି ଆସନ ମିଳିଥିବା ବେଳେ ବିଜେପିକୁ ୨୯ ଟି ଆସନ ମିଳିଥିଲା ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply