ଜାତୀୟ

ମୁଖ୍ୟମନ୍ତ୍ରୀଙ୍କ ହଟ୍ ଏୟାର ବେଲୁନରେ ଲାଗିଲା ନିଆଁ

0
(0)

ମନ୍ଦସୌର ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ହଟ୍ ଏୟାର ବେଲୁନରେ ନିଆଁ ଲାଗିଯାଇଥିଲା। ଏହାପରେ ସୁରକ୍ଷାକର୍ମୀମାନେ ତୁରନ୍ତ ମୁଖ୍ୟମନ୍ତ୍ରୀଙ୍କୁ ହଟ୍ ଏୟାର ବେଲୁନ ବାହାରକୁ ନେଇଯାଇଥିଲେ। ଯଦି ହଟ୍ ଏୟାର ବେଲୁନଟି ଉଡ଼ି ଯାଇଥାନ୍ତା, ତେବେ ଏକ ବଡ଼ ଦୁର୍ଘଟଣା ଘଟିଥାନ୍ତା। ବେଲୁନରେ କିପରି ନିଆଁ ଲାଗିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା କୁହାଯାଉଛି।

ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଆଜି ମନ୍ଦସୌର ଗସ୍ତରେ ଥିଲେ। ମନ୍ଦସୌରରେ ଗାନ୍ଧୀ ସାଗର ଅଭୟାରଣ୍ୟ ରହିଛି, ଯେଉଁଠାରେ ପ୍ରତିବର୍ଷ ବହୁ ସଂଖ୍ୟକ ପର୍ଯ୍ୟଟକ ଯାଆନ୍ତି। ମୁଖ୍ୟମନ୍ତ୍ରୀ ପ୍ରସ୍ତୁତିର ସମୀକ୍ଷା କରିବାକୁ ସେଠାରେ ପହଞ୍ଚିଥିଲେ। ପ୍ରସ୍ତୁତି ସମୀକ୍ଷା ସାରିବା ପରେ ସେ ହଟ୍ ଏୟାର ବେଲୁନରେ ଯାଇଥିଲେ।

ତେବେ ହଠାତ ବେଲୁନ ଭିତରେ ବସିଥିବା ସମୟରେ ହଟ୍ ଏୟାର ବେଲୁନରେ ନିଆଁ ଲାଗିଯାଇଥିଲା। କିନ୍ତୁ ସୁରକ୍ଷାକର୍ମୀମାନେ ତୁରନ୍ତ ତାଙ୍କୁ ବାହାର କରି ନିଆଁ ଲିଭାଇ ଦେଇଥିଲେ।ମୁଖ୍ୟମନ୍ତ୍ରୀ ମୋହନ ଯାଦବ ବେଲୁନରେ ଚଢ଼ିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୨୦ କିଲୋମିଟର ଥିଲା। ଏପରି ପରିସ୍ଥିତିରେ ବେଲୁନ ଆଗକୁ ବଢ଼ି ପାରିନଥିଲା। ଏଠି ଯୋଗୁଁ ବେଲୁନରେ ନିଆଁ ଲାଗିଥାଇପାରେ ବୋଲି ଅନୁମାନ କରାଯାଉଛି।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE