ଜିଲ୍ଲାପାଳ ଙ୍କୁ ଲାଞ୍ଚ ଦେବାକୁ ଉଦ୍ୟମ କରି ଭିଜିଲାନ୍ସ ହାତରେ ଧରାପଡିଲେ କମ୍ପାନୀ ଅଧିକାରୀ
ବରଗଡ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କୁ ଲାଞ୍ଚ ଦେବାକୁ ଉଦ୍ୟମ କରି ଜଣେ କମ୍ପାନୀ ଅଧିକାରୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ୨ ଲକ୍ଷ ଟଙ୍କା ଲାଞ୍ଚ ଦେବା ଅଭିଯୋଗରେ କମ୍ପାନୀ ଅଧିକାରୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ଅଧିକାରୀ ଜଣକ ହେଲେ ଏକ ସିମେଣ୍ଟ କାରଖାନାର ଚିଫ୍ ମ୍ୟାନୁଫେକଚରୀ ଅଫିସର ରାମଦେବ ଗୁଟ୍ଟା।
ବୁଧବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କମ୍ପାନୀ ଅଧିକାରୀ ରାମଦେବ ପହଞ୍ଚି ଜିଲ୍ଲାପାଳ ଗୋୟଲଙ୍କୁ ଏକ ମିଠା ପ୍ୟାକେଟ୍ ଦେଇଥିଲେ। ତେବେ ମିଠା ପ୍ୟାକେଟକୁ ନେଇ ଜିଲ୍ଲାପାଳ ସନ୍ଦେହ କରିଥିଲେ । ତାହା ଖୋଲିବା ପରେ ୫୦୦ ଟଙ୍କିଆ ନୋଟ ଥିବା ମୋଟ ୨ ଲକ୍ଷ ଟଙ୍କା ବାହାରିଥିଲା। ଏହାପରେ ରାମଦେବଙ୍କୁ କାର୍ଯ୍ୟାଳୟରେ ଅଟକ ରଖାଯାଇ ଭିଜିଲାନ୍ସକୁ ଏ ନେଇ ସେ ସୂଚନା ଦେଇଥିଲେ। ଭିଜିଲାନ୍ସ ଟିମ୍ ପହଞ୍ଚି ରାମଦେବଙ୍କୁ ଗିରଫ କରିବା ସହିତ ୨ ଲକ୍ଷ ଟଙ୍କା ଜବତ କରିଥିଲେ।
Related posts:
କଟକ ବାଲିଯାତ୍ରାକୁ ମିଳିଲା ‘ଜାତୀୟ ମାନ୍ୟତା’February 6, 2025
୪ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀFebruary 6, 2025
ଆକ୍ସନ ମୋଡରେ ସିଏମଓFebruary 6, 2025
ଟିକେଟ ପାଇଁ ଦଳାଚକଟା, ବାରବାଟୀ କ୍ରିକେଟ ଫିଭରFebruary 5, 2025
ଭିଜିଲାନ୍ସ ପଞ୍ଝାରେ ଜଳସମ୍ପଦ ଅଧିକାରୀFebruary 5, 2025
ଏସ୍ସିବିରେ ହେବ ବୃହତ୍ ଟ୍ରମା ସେଣ୍ଟରFebruary 4, 2025