ରାଜ୍ୟ

କନେକ୍ସନ୍ ୨୦୨୫ ରେ ଯୋଡ଼ି ହେଲେ ଆଇଆଇଏମସି ଆଲମୁନି

0
(0)

ଭାରତୀୟ ଜନସଂଚାର ସଂସ୍ଥାନ(ଆଇଆଇଏମସି) ଏବଂ ଏହାର ପୁରାତନ ଛାତ୍ର ସଂସଦ(ଇମକା) ସାମ୍ବାଦିକଙ୍କ ଉନ୍ନତି ପାଇଁ ମିଳିତ ଭାବେ କାମ କରିବାର ଆବଶ୍ୟକତା ରହିଛି ବୋଲି ଆଇଆଇଏମସି ଢେଙ୍କାନାଳର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଆନନ୍ଦ ପ୍ରଧାନ କହିଛନ୍ତି। ଶନିବାର ଭୁବନେଶ୍ବରସ୍ଥିତ ହୋଟେଲ ନ୍ୟୁମେରିଆନଠାରେ କନେକସନ୍ ୨୦୨୫ ଆୟୋଜିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥି ଭାବେ ଯୋଗଦେଇ ପ୍ରଫେସର ପ୍ରଧାନ ସେଣ୍ଟ୍ରାଲ କମିଟି ଓ ଆଞ୍ଚଳିକ ଶାଖାର ମିଳିତ ସହଯୋଗ କିଭଳି ଅନୁଷ୍ଠାନର ଗାରିମା ବୃଦ୍ଧି କରେ ସେ ଉପରେ ଆଲୋଚନା କରିଥିଲେ। ଏଥିସହ ଆଗାମୀ ଦିନରେ ହେବାକୁ ଥିବା ଓଡ଼ିଆ ସାମ୍ବାଦିକତା ବିଭାଗର ରୌପ୍ୟ ଜୟନ୍ତୀରେ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କ ଯୋଗଦାନ ପାଇଁ ଉତ୍ସାହିତ କରିଥିଲେ।

ଏହି କାର୍ଯ୍ୟକ୍ରମରେ ୧୯୯୩ ମସିହାରୁ ଆରମ୍ଭ କରି ୨୦୨୫ ପର୍ଯ୍ୟନ୍ତ ପ୍ରାୟ ୧୩୦ ରୁ ଉର୍ଦ୍ଧ୍ବ ପୁରାତନ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ସମସ୍ତେ ପୁରୁଣା ଦିନର ସ୍ମୃତି ତାଜା କରିବା ସହ ଏହି ମଞ୍ଚ ପୁଣି ଥରେ ସମସ୍ତଙ୍କୁ ଗୋଟିଏ ସ୍ଥାନରେ ବାନ୍ଧି ରଖିଥିଲା।କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଟାର ପୂର୍ବତନ ଅଧ୍ୟକ୍ଷ ଉମାକାନ୍ତ ମିଶ୍ର,ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ପ୍ରଫେସର ବିରାଜ ସ୍ବାଇଁଙ୍କ ସମେତ ଜାତୀୟ କମିଟିର ପ୍ରଭାତ ପାଣ୍ଡେ,ରମେଶ ଚନ୍ଦ୍ର, ଅନିମେଶ ବିଶ୍ବାସ, ପ୍ରଭାତ ଉପାଧ୍ୟାୟ, ରାଜେଶ କୁମାର, ନୀରଜ ବାଜପେୟୀ, ରିତେଶ ବର୍ମା, ଅତୁଲ ଗୁପ୍ତା ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଇମକା ଓଡ଼ିଶା କମିଟିର ସଭାପତି ସନ୍ଦୀପ ସେଠୀ, ଉପସଭାପତି ସଙ୍ଗୀତା ଅଗ୍ରୱାଲ ଓ ବ୍ୟୋମକେଶ ବିଶ୍ବାଳ ଏବଂ ପ୍ରୋମିନେଣ୍ଟ ଆଲମୁନି ଯଯାତି କରନ,ଅଶୋକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।ଆଇଆଇଏମସି ଏକ ଅନୁଷ୍ଠାନ ନୁହେଁ ଏହା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଭାବାତ୍ମକ ସଂଯୋଗ ଯୋଡ଼ିବା ସହ ସେମାନଙ୍କ ଜୀବନର ଏକ ମୁଖ୍ୟ ଦିଗଦର୍ଶକ। ଏହି ପୁରାତନ ଛାତ୍ର ସଂସଦ ଏକତା, ସହଭାଗିତା ଓ ପରସ୍ପର ସଫଳତା ବାଣ୍ଟିବାରେ ବିଶ୍ବାସ ରଖେ। ଏହି ଛାତ୍ରଛାତ୍ରୀଙ୍କ ସଫଳତା ହିଁ ଆଇଆଇଏମସିକୁ ଆଜି ଏକ ସଫଳ ଅନୁଷ୍ଠାନ ଭାବେ ଦେଶରେ ପରିଚିତ କରାଇପାରିଛି ବୋଲି ଅତିଥିମାନେ ପ୍ରକାଶ କରିଥିଲେ।

ସ୍ବାଗତ ଭାଷଣ ଦେଇ ସଭାପତି ସେଠୀ କହିଥିଲେ, ଓଡ଼ିଶା ଶାଖାର ହେଉଥିବା କାର୍ଯ୍ୟରେ ସେଣ୍ଟ୍ରାଲ କମିଟି ପକ୍ଷରୁ ଅଧିକ ସହଯୋଗ ଦିଆଯାଉ। ଏଥି ସହ ସେ ସମସ୍ତ ପୁରାତନ ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନର ପରିଚୟ ବୃଦ୍ଧିରେ ମିଳିତ ଭାବେ କାମ କରିବାକୁ ଆହ୍ବାନ ଦେଇଥିଲେ। ଆଇଆଇେମସି ଢେଙ୍କାନାଳ ତାର ଉଚ୍ଚକୋଟୀର ପରିବେଶ ଓ ଉଚ୍ଚ ଶିକ୍ଷା ଗୁଣବତ୍ତା ପାଇଁ ଦେଶର ବିଭିନ୍ନ ସ୍ଥାନର ଛାତ୍ରଛାତ୍ରୀଙ୍କୁ ଆତ୍କୃଷ୍ଟ କରିଥାଏ। ଏହାର ଗାରିମାକୁ ବଜାୟ ରଖିବାକୁ ସମସ୍ତ ପୁରାତନ ଛାତ୍ରଛାତ୍ରୀ ପ୍ରତିବଦ୍ଧ।ସଭାକାର୍ଯ୍ୟ ପରେ ନିକଟରେ ରାମନାଥ ଗୋଏଙ୍କା ସମ୍ମାନିରେ ସମ୍ମାନିତ ହୋଇଥିବା ସତ୍ୟସୁନ୍ଦର ବାରିକ ଓ ସିଲଭର ଜୁବଲି ବ୍ୟାଚଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏହା ପରେ ଏକ ଲକି ଡ୍ର କାର୍ଯ୍ୟକ୍ରମ ହୋଇଥିଲା। ଯେଉଁଥିରେ 3ଜଣଙ୍କୁ ଆକର୍ଷଣୀୟ ଉପହାର ପ୍ରଦାନ କରାଯାଇଥିଲା।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE