ରାଜ୍ୟ

ଜିରୋ ନାଇଟ ପାଇଁ ଅମାନିଆଙ୍କୁ ସିପିଙ୍କ ଚେତାବନୀ

0
(0)

ଜିରୋ ନାଇଟ ପାଇଁ ଅମାନିଆଙ୍କୁ ସିପିଙ୍କ ଚେତାବନୀ । ମଦ ପିଇ ଉତ୍ପାତ ନ କରି ନିୟମ ପାଳିବାକୁ ପରାମର୍ଶ । ଜିରୋ ନାଇଟରେ ଅମାନିଆ ହେଲେ ଥାନାରେ କଟିବ ରାତି । ଡ୍ରଙ୍କନ ଡ୍ରାଇଭ ଧରା ହେଲେ କୋର୍ଟ କୁ ପଠାଇବା ଗାଡି ।

ସାଧାରଣ ଲୋକ , ହୋଟେଲିୟର ଓ ପାର୍ଟି ଇଭେଣ୍ଟଙ୍କ ପାଇଁ ଗାଇଡଲାଇନ ଜାରି କରିଛି ପୋଲିସ । ରାତି ୧୨ଟା ୩୦ ଯାଏ ଜିରୋ ନାଇଟ୍ ସେଲିବ୍ରେସନ । ସୁରକ୍ଷା ପାଇଁ ରାଜଧାନୀରେ ମୁତୟନ ହେବେ ୧୮ ପ୍ଲାଟୁନ ଫୋର୍ସ ।

ଭୁବନେଶ୍ବରର ୧୮ଟି ସ୍ଥାନରେ ବ୍ଲକିଂ, ଚେକିଂ ହେବ। ସୁରକ୍ଷା ତଦାରଖ କରିବେ ୨୯ଟି ୱାଚ ପାଟ୍ରୋଲିଂ ଟିମ୍ । ୪ଟି କ୍ୟୁଆରଟି ଟିମ୍ ବିଭିନ୍ନ ସ୍ଥାନରେ ପଇଁତରା ମାରିବେ । ଏହାସହ ୫ଟି ଟୁରିଷ୍ଟ ଲୋକେସନରେ ପୋଲିସ ପ୍ରହରା ଦେବ । ମଦ ପିଇ ହଙ୍ଗାମା କଲେ ପୋଲିସ ସାବାଡ କରିବ ବୋଲି କହିଛନ୍ତି ପୋଲିସ କମିଶନର ଏସ୍.ଦେବଦତ୍ତ ସିଂ ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE