ରାଜ୍ୟ

କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କୁ ସାଂସଦରତ୍ନ ପୁରସ୍କାର ପାଇଁ ମନୋନୀତ

0
(0)

କଟକ ଏମ୍‌ପି ଭର୍ତ୍ତୃହରି ମହତାବଙ୍କ ସମେତ ପାର୍ଲାମେଣ୍ଟର ୧୭ ଜଣ ସଦସ୍ୟ ଏବଂ ୨ଟି ସଂସଦୀୟ ସ୍ଥାୟୀ କମିଟିକୁ ଚଳିତ ବର୍ଷର ସାଂସଦରତ୍ନ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପ୍ରାଇମ୍‌ ପଏଣ୍ଟ ଫାଉଣ୍ଡେଶନ ଦ୍ୱାରା ପ୍ରତିଷ୍ଠିତ ଏହି ପୁରସ୍କାର ଏମ୍‌ପିମାନଙ୍କୁ ପାର୍ଲାମେଣ୍ଟ ପ୍ରତି ସେମାନଙ୍କ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ। ଜାତୀୟ ପଛୁଆ ବର୍ଗ କମିଶନ (ଏନ୍‌ସିବିସି) ଅଧ୍ୟକ୍ଷ ହଂସରାଜ ଅହିରଙ୍କ ଅଧ୍ୟକ୍ଷତାରେ ଜୁରୀ କମିଟି ପୁରସ୍କାର ପାଇବାକୁ ଥିବା ଏମ୍‌ପିମାନଙ୍କୁ ଚୟନ କରିଛି।

ସଂସଦୀୟ ଗଣତନ୍ତ୍ର ପ୍ରତି ଉଲ୍ଲେଖନୀୟ ତଥା କ୍ରମାଗତ ଅବଦାନ ପାଇଁ ଭର୍ତ୍ତୃହରିଙ୍କ ସମେତ ଏନ୍‌ସିପି(ଏସ୍‌ପି) ଏମ୍‌ପି ସୁପ୍ରିୟା ସୁଲେ, ଆର୍‌ଏସ୍‌ପିର ଏନ୍‌.କେ. ପ୍ରେମଚନ୍ଦ୍ରନ ଏବଂ ଶ୍ରୀରଙ୍ଗ ଆପ୍ପା ବର୍ନେଙ୍କୁ ପୁରସ୍କୃତ କରାଯିବ। ଷୋଡ଼ଶ ଏବଂ ସପ୍ତଦଶ ଲୋକ ସଭାରେ ଏହି ୪ ଏମ୍‌ପିଙ୍କ ପ୍ରଦର୍ଶନ ଶୀର୍ଷସ୍ଥାନରେ ରହିଥିଲାବେଳେ ଚଳିତ ଲୋକ ସଭାରେ ମଧ୍ୟ ଉନ୍ନତ ପ୍ରଦର୍ଶନ ଜାରି ରହିଛି।

ପୁରସ୍କୃତ ହେବାକୁ ଥିବା ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ସ୍ମିତା ଓ୍ବାଘ (ଭାଜପା), ଅରବିନ୍ଦ ସାଓ୍ବନ୍ତ (ଶିବସେନା ୟୁବିଟି), ନରେଶ ଗନପତ ମହସ୍କେ(ଶିବସେନା), ବର୍ଷା ଗାଏକ୍ୱାଡ୍‌ (କଂଗ୍ରେସ), ମେଧା କୁଲକର୍ନି (ଭାଜପା), ପ୍ରବୀନ ପଟେଲ (ଭାଜପା), ରବି କିଶନ (ଭାଜପା), ନିଶିକାନ୍ତ ଦୁବେ(ଭାଜପା), ପି.ପି. ଚୌଧରୀ(ଭାଜପା), ମଦନ ରାଠୋର (ଭାଜପା), ସି.ଏନ୍‌. ଆନ୍ନାଦୁରାଇ(ଡିଏମ୍‌କେ) ଏବଂ ଦିଲୀପ ସାଇକିଆ(ଭାଜପା)।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE