ଜାତୀୟ

ଆସନ୍ତାକାଲି ରାମଲୀଳା ମୈଦାନରେ ଆୟୋଜିତ ହେବ ଶପଥ ସମାରୋହ

0
(0)

କିଏ ହେବେ ଦିଲ୍ଲୀର ନୂଆ ସିଏମ୍ ? ଏନେଇ କଳ୍ପନାଜଳ୍ପନା ଜାରି ରହିଥିବାବେଳେ ଆଜି ବସିବ ବିଜେପି ବିଧାୟକ ଦଳ ବୈଠକ । ଏଣୁ ଯେ କୌଣସି ମୁହୂର୍ତ୍ତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ନାଁ ଘୋଷଣା କରିପାରେ କେନ୍ଦ୍ରୀୟ ବିଜେପି । ଏହାପରେ ଆସନ୍ତାକାଲି ରାମଲୀଳା ମୈଦାନରେ ହେବ ଭବ୍ୟ ଶପଥ ଗ୍ରହଣ ଉତ୍ସବ । ଏଥିପାଇଁ ରାମଲୀଲା ମୈଦାନରେ ଜୋରସୋରରେ ଚାଲିଛି ପ୍ରସ୍ତୁତି । କଡ଼ା ସୁରକ୍ଷା ବଳୟରେ ସଭାସ୍ଥଳ ଓ ମଞ୍ଚ ନିର୍ମାଣ କାର୍ଯ୍ୟ ଚାଲିଛି ।

ଆସନ୍ତାକାଲି ଦିନ ୧୧ଟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ସୂଚନା ମିଳିଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀମାନଙ୍କ ସମେତ ବିଜେପିର ଶୀର୍ଷ କେନ୍ଦ୍ରୀୟ ନେତୃତ୍ୱ ଯୋଗଦେବେ। ଏଥିସହ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ସମେତ ୨୦ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ ହେବେ ।ଦିଲ୍ଲୀ ସିଏମ୍ ରେସରେ ଅନେକ ନେତାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । କିଏ ହେବେ ନୂଆ ମୁଖ୍ୟମନ୍ତ୍ରୀ, ଚର୍ଚ୍ଚିତ ନେତା ନା ପୁଣି ସରପ୍ରାଇଜ ଚେହେରା ଦେବ ବିଜେପି, ତା’ ଉପରେ ଏବେ ସାରା ଦେଶର ନଜର । ତେବେ ସିଏମ୍ ଚର୍ଚ୍ଚାରେ ସବୁଠୁ ଆଗରେ ରହିଛନ୍ତି ପରଭେଶ ବର୍ମା । ନୂଆଦିଲ୍ଲୀ ବିଧାନସଭା ଆସନରେ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଥିବା ଜିଆଣ୍ଟ କିଲର୍ ପରଭେଶଙ୍କୁ ବଡ ଦାବିଦାର ଭାବେ ଦେଖାଯାଉଛି । ଦିଲ୍ଲୀ ସିଏମ୍ ଦୌଡର ଦ୍ୱିତୀୟରେ ଅଛନ୍ତି ୫୦ ବର୍ଷୀୟ ବିଜେନ୍ଦର ଗୁପ୍ତା । ସେ ଦିଲ୍ଲୀ ବିଜେପିର ବରିଷ୍ଠ ନେତା, ପୂର୍ବତନ ସଭାପତି ତଥା ବିରୋଧୀ ଦଳ ନେତା । ୨୦୧୫ ଓ ୨୦୨୦ରେ ଆପ୍‌ର ପ୍ରଭାବ ସତ୍ତ୍ବେ ରୋହିଣୀ ଆସନରୁ ଜିତିଥିଲେ ବିଜେନ୍ଦର । ଏଥର ଆମ ଆଦମୀ ପାର୍ଟିର ପ୍ରଦୀପ ମିତ୍ତଲଙ୍କୁ ହରାଇ ହ୍ୟାଟ୍ରିକ୍ କରିଛନ୍ତି ଏବଂ ଅଭିଜ୍ଞତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଚର୍ଚ୍ଚାରେ ତାଙ୍କ ନାଁ ମଧ୍ୟ ସାମିଲ ରହିଛି ।ମୁଖ୍ୟମନ୍ତ୍ରୀ ଦାବିଦାରଙ୍କ ମଧ୍ୟରେ ଆଉ ଏକ ନାମ ହେଲା ଅଶୀଷ ସୁଦ । ସେ ଦିଲ୍ଲୀର ଜନକପୁରୀ ଆସନରୁ ବିଧାୟକ ଅଛନ୍ତି । ଆଶୀଷ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅତି ଘନିଷ୍ଠ କୁହାଯାଏ । ସେହିପରି ରଜୌରୀ ଗାର୍ଡେନ୍ ସିଟରୁ ନିର୍ବାଚିତ ମନଜିନ୍ଦର ସିଂ ସିର୍ସା, ମାଲବୀୟ ନଗରରୁ ନିର୍ବାଚିତ ସତୀଶ ଉପାଧ୍ୟାୟଙ୍କୁ ବି ଦିଲ୍ଲୀ ସିଏମ୍ ପଦ ପାଇଁ ଦାବିଦାର ଭାବେ ଦେଖାଯାଉଛି ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE