ଜାତୀୟ

ପରାଜୟ ପରେ ପଞ୍ଜାବରେ ବଢ଼ିଲା ଆପର ଚିନ୍ତା !

0
(0)

ଦିଲ୍ଲୀ ପରାଜୟ ପରେ ପଞ୍ଜାବରେ ଆମ ଆଦମୀ ପାର୍ଟିରେ ବଢିଲା ଅଡୁଆ। ପରାଜୟର ପ୍ରଭାବ ଦେଖିବାକୁ ମିଳିପାରେ ପଞ୍ଜାବରେ। ପଞ୍ଜାବ ଆମ ଆଦମୀ ପାର୍ଟିର ୩୦ରୁ ଅଧିକ ବିଧାୟକ ପଞ୍ଜାବ କଂଗ୍ରେସ ନେତା ପ୍ରତାପ ସିଂ ବାଜୱାଙ୍କ ସମ୍ପର୍କରେ ଥିବା ସେ କହିଛନ୍ତି। ଦିଲ୍ଲୀରେ ବିଜେପି ୨୭ ବର୍ଷ ଧରି ଶାସନ ଗାଦି ବାହାରେ ରହିଥିଲା। ଏବେ ବିଜେପି ହାତକୁ ଆସିଛି ସରକାର। ଆମ ଆଦମୀ ପାର୍ଟିର ଶାସନ କେବଳ ପଞ୍ଜାବରେ ରହିଛି ।

ଏଭଳି ସ୍ଥିତିରେ ଆମ ଆଦମୀ ଲାଗି ପରୀକ୍ଷାର ମୁହୂର୍ତ୍ତ। ଆସନ୍ତା ୨୦୨୭ରେ ପଞ୍ଜାବରେ ବିଧାନସଭା ନିର୍ବାଚନ ହେବାର ଅଛି।  ୨୦୧୩ରେ ଦିଲ୍ଲୀରେ ରାଜନୀତିରୁ ଶାସନ ଭାରକୁ ଆସିଥିଲା ଆମ ଆଦମୀ ପାର୍ଟି। ୨୦୨୨ ବିଧାନସଭା ନିର୍ବାଚନରେ ୯୨ ଆସନରେ ବିଜୟ ହୋଇଥିଲା ଆପ। ପଞ୍ଜାବରେ ଆଗାମୀ ନିର୍ବାଚନକୁ ଆଉ ୨ ବର୍ଷ ରହିଛି। ଏଭଳି ସ୍ଥିତିରେ ସତର୍କତାର ସହ ଆପକୁ ଆଗକୁ ବଢିବାକୁ ହେବ।  ୨୦୨୪ ସାଧାରଣ ନିର୍ବାଚନରେ ଆପକୁ ମୋଟ ୧୩ ଆସନରୁ ୩ ଆସନରେ ବିଜୟୀ ହୋଇଥିଲା। ପଞ୍ଜାବରେ ସରକାର ପୁଣି ଥରେ ବଜାୟ ରଖିବାକୁ ହେଲେ ପୂର୍ବରୁ ଦେଇଥିବା ପ୍ରତିଶୃତିକୁ ପାଳନ କରିବାକୁ ପଡିବ। ମହିଳାଙ୍କୁ ମାସିକ ୧ ହଜାର ଟଙ୍କା ପେନସନ୍ ସହ ମାସିକ ୬ଶହ ୟୁନିଟ ମାଗଣା ବିଜୁଳି ପ୍ରତିଶୃତି ପୂରଣ କରିବାକୁ ପଡିବ।

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE