ଚାରି ଥାକିଆ ରାସ୍ତା ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର
ଚାରି ଥାକିଆ ରାସ୍ତା ନିର୍ମାଣ ପାଇଁ କେସିଙ୍ଗା ବାଇପାସ୍ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ବୃନ୍ଦ ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ୱରଠାରେ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିବାର ଜଣାପଡ଼ିଛି।
ଏହି ଦାବିପତ୍ର ଦେବାର ୪ ମାସ ପୂର୍ବରୁ ମିନିଷ୍ଟ୍ରି ଅଫ୍ ରୋଡ୍ ଟ୍ରାନ୍ସପୋର୍ଟ ଅଣ୍ଡ ହାଇଓ୍ବେବ୍ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷରେ wedding projects ତାଲିକାର ୧୧ନମ୍ବର୍ରେ ବାଇପାସ ନିର୍ମାଣ ପାଇଁ ସ୍ଥାନ ପାଇଛି। ଏହା ପ୍ରଥମେ ବଲାଙ୍ଗୀର, କେସିଙ୍ଗା, ଭବାନୀପାଟଣା ଓ ଜୁନାଗଡ଼ ସହରରେ ୧୨୨କିମି ବାଇପାସ ରାସ୍ତା ନିର୍ମାଣ କରାଯିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ହୋଇ ସାରିଛି। ଏହି ୪ ଲେନ୍ ବିଶିଷ୍ଟ ବାଇପାସ ରାସ୍ତା ନିର୍ମାଣ ପାଇଁ ପ୍ରଥମ ଶ୍ରେଣୀ ଠିକାଦାର ଆବଶ୍ୟକତା ରହିଛି।
ଜୁନାଗଡ଼ରେ ପ୍ରଥମେ ଟେଣ୍ଡର କରାଯାଇଥିଲା ତାହା କୌଣସି କାରଣରୁ ନାକଚ ହୋଇଯାଇଛି। କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀ ଉପରୋକ୍ତ ସହରକୁ ପରିଦର୍ଶନ କରି ଏକ ସର୍ଭେ କରିବେ ଏବଂ କେସିଙ୍ଗା ସହରର କେଉଁ ଦିଗରେ ବାଇପାସ ରାସ୍ତା ନିର୍ମାଣ କରାଯିବ ତାହା ଜଣାପଡ଼ିନାହିଁ। ଭବାନୀପାଟଣା ଅଧୀନରେ ଥିବା କେସିଙ୍ଗା, ଜୁନାଗଡ଼, ଭବାନୀପାଟଣା ଏବଂ ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ସହରରେ ସର୍ବମୋଟ୍ ୧୨୨କିମି ବାଇପାସ ରାସ୍ତା ନିର୍ମାଣ ପାଇଁ ଏକ ନିର୍ଦ୍ଦିଷ୍ଟ ଠିକାଦାରୀକୁ ଟେଣ୍ଡର ଦିଆଯିବା ପାଇଁ ଉଦ୍ୟମ ଜାରି ରହିଥିବାର ବିଭାଗୀୟ ଅଧିକାରୀଙ୍କଠାରୁ ସୂଚନା ମିଳିଛି।
