ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡନାବିସ
ମହାରାଷ୍ଟ୍ରରେ ତୃତୀୟ ଥର ପାଇଁ ଆଜି ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଦେବେନ୍ଦ୍ର ଫଡନାଭିସ୍ । ମୁମ୍ବାଇ ଆଜାଦ ମୈଦାନରେ ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଅନ୍ୟପଟେ ଶପଥ ନେବା ପୂର୍ବରୁ ନିଜ ମାଆଙ୍କ ଆର୍ଶୀବାଦ ନେଇଛନ୍ତି ଦେବେନ୍ଦ୍ର । ଦେବେନ୍ଦ୍ର ଫଡନାଭିସ ହେଉଛନ୍ତି ବିଜେପିର ଯୁବ ଚେହେରା ।
ବର୍ତ୍ତମାନ ପର୍ଯ୍ୟନ୍ତ ସେ ୬ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସଂଗଠନରୁ ସରକାର ଯାଏ କାମ କରିବାର ଅଭିଜ୍ଞତା ରହିଛି ତାଙ୍କ ପାଖରେ । ୨୦୧୪ରୁ ୨୦୧୯ ଯାଏ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ ଦେବେନ୍ଦ୍ର ଫଡନାଭିସ୍ । ସେହିପରି ୨୦୧୯ରୁ ୨୦୨୨ ଯାଏ ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହୋଇଥିଲେ । ପରେ ୨୦୨୨ରୁ ମହାୟୁତି ସରକାରରେ ଉପମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ ଦେବେନ୍ଦ୍ର ଫଡନାଭିସ ।
Related posts:
ସଞ୍ଜୟ ରାୟକୁ ମିଳିଲା ଆଜୀବନ ସଜାJanuary 20, 2025
ଦୋଷୀ ସଞ୍ଜୟ ରୟକୁ ଆଜୀବନ ସଜାJanuary 20, 2025
ମହାକୁମ୍ଭରେ ଭୀଷଣ ନିଆଁJanuary 19, 2025
ଜାଣନ୍ତୁ କାହିଁକି ସୈଫ୍ଙ୍କୁ ହେଲା ଆଟାକ୍, ଖୁଲାସା କଲା ମୁମ୍ବାଇ ପୋଲିସ୍January 19, 2025
ବାନ୍ଦ୍ରା ଷ୍ଟେସନରେ ୫ ଘଣ୍ଟା କରିଥିଲା ଅଭିଯୁକ୍ତJanuary 18, 2025
ସଞ୍ଜୟ ରୟଙ୍କୁ ଦୋଷୀ ସାବ୍ୟସ୍ତ କଲେ କୋର୍ଟJanuary 18, 2025