ରାଜ୍ୟ

ଢେଙ୍କାନାଳ ଗଣ ଦୁଷ୍କର୍ମ ଘଟଣା : ୪ ଅଭିଯୁକ୍ତ ଙ୍କ ଜାମିନ ନାମଞ୍ଜୁର

0
(0)

ଢେଙ୍କାନାଳରେ ଅସହାୟ ଯୁବତୀଙ୍କୁ ଗଣ ଦୁଷ୍କର୍ମ ଘଟଣା । ଗିରଫ ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସାଙ୍ଗକୁ ଡିଏନଏ ଟେଷ୍ଟ ପାଇଁ ସଂଗ୍ରହ କରାଗଲା ନମୁନା । ଅଭିଯୁକ୍ତ ମାନେ କୋର୍ଟ ଚାଲାଣ ପରେ ଜାମିନ ନାମଞ୍ଜୁର ।

ସୂଚନା ଥାଉକି, ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ଭାପୁର ଫାଣ୍ଡି ଅଂଚଳରେ ଅସହାୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନେଇ ଡାକ୍ତରୀ ମାଇନା କରିଛି ପୋଲିସ । ଅପରପକ୍ଷରେ ପୀଡିତା ଯୁବତୀ ୭ ମାସ ଗର୍ଭବତୀ ଥିବାରୁ ଅଭିଯୁକ୍ତମାନଙ୍କ DNA ଟେଷ୍ଟ ପାଇଁ ନମୁନା ସଂଗ୍ରହ କରାଯାଇଛି । ଯୁବତୀଙ୍କ ଅଭିଯୋଗକୁ ଆଧାର କରି ସଦର ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

ଦଫା ୪୫୦, ୩୭୬-୨(n), ୩୭୬(d) ଆଧାରରେ ଅଭିଯୁକ୍ତ ମହୁଲ ପୁଞ୍ଜି ଗ୍ରାମର ବାବୁଲି ନାୟକ, ବିରଞ୍ଚି ମହାରଣା, ଅବିନାଶ ପରିଡା ଓ ଜୀବନ ପରିଡାଙ୍କୁ ସନ୍ଧ୍ୟାରେ ପୋଲିସ କୋର୍ଟ ଚାଲାଣ କରିଛି । ତେବେ ମାତ୍ର କୋର୍ଟରେ ଅଭିଯୁକ୍ତ ମାନଙ୍କ ଜାମିନ ନାମଞ୍ଜୁର ହୋଉଥିବାବେଳେ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ପୀଡ଼ିତାଙ୍କ ବୟାନକୁ ଆଧାର କରି ଗଣଦୁଷ୍କର୍ମ ଘଟଣାରେ ୭ଜଣ ଅଭିଯୁକ୍ତଙ୍କ ଭିତରୁ ୪ ଗିରଫ ହୋଇଥିବା ବେଳେ ଜଣେ ଅଭିଯୁକ୍ତଙ୍କର ଗତ କିଛି ମାସ ପୂର୍ବରୁ ମୃତ୍ୟୁ ଘଟିସାରିଥିବା

How useful was this post?

Click on a star to rate it!

Average rating 0 / 5. Vote count: 0

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE

Leave a Reply