ବନ୍ଧା ହେଲେ ଧୋନୀଙ୍କ ପୂର୍ବତନ ବିଜନେସ୍ ପାର୍ଟନର
ବନ୍ଧା ହେଲେ ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ପୂର୍ବତନ ବିଜନେସ୍ ପାର୍ଟନର ମିହିର ଦିବାକର। ମିହିର ବ୍ୟବସାୟିକ ଚୁକ୍ତି ପାଳନ କରି ନ ଥିବାରୁ ୧୫ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିବା ନେଇ ଧୋନୀ ରାଞ୍ଚିର ଜିଲ୍ଲା କୋର୍ଟରେ ମାମଲା ରୁଜୁ କରିଥିଲେ। ଏହାପରେ ପୁଲିସ୍ ମାମଲା ରୁଜୁ କରି ମିହିରଙ୍କୁ ଗିରଫ କରିଛି।
ମିହିରଙ୍କୁ ରାଜସ୍ଥାନର ଜୟପୁରରୁ ଗିରଫ କରାଯାଇଛି। ଜୟପୁରରେ ଧୋନୀଙ୍କ ନାମର ବ୍ୟବହାର କରାଯାଇମିହିର କ୍ରିକେଟ ଏକାଡେମୀ ଖୋଲିଥିବା ଅଭିଯୋଗ ହୋଇଥିଲା। ଫଳରେ ସେଠାକାର ପୁଲିସ୍ ମିହିରଙ୍କୁ ବାନ୍ଧିଛି।
‘ଅରକା ସ୍ପୋର୍ଟସ୍’ ନାମକ କମ୍ପାନୀର ମ୍ୟାନେଜମେଣ୍ଟ ବିରୋଧରେ ଧୋନୀ ଏହି ଅଭିଯୋଗ ଆଣିଥିଲେ। ମିହିର ଓ ତାଙ୍କ ପତ୍ନୀ ସୌମ୍ୟା ଦାସ ଏହି କମ୍ପାନୀର ନିର୍ଦ୍ଦେଶକ ଥିଲେ।