ଦିଗହରା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ୨୦୧୯ରୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ରହିଛି । ହେଲେ ସତ୍ୟପାଠ ଦାଖଲ କରି ଯିଏ ଯାହା ବାଟରେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଖୁବ୍ଶୀଘ୍ର ଦିବ୍ୟାଙ୍ଗମାନେ ହ୍ବିଲଚେୟାରରେ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।
ଦିବ୍ୟାଙ୍ଗଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ୨୦୧୯ରୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ରହିଛି । ହେଲେ ସତ୍ୟପାଠ ଦାଖଲ କରି ଯିଏ ଯାହା ବାଟରେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି, ଖୁବ୍ଶୀଘ୍ର ଦିବ୍ୟାଙ୍ଗମାନେ ହ୍ବିଲଚେୟାରରେ ମନ୍ଦିର ଭିତରକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । କେତେ ଆଶା, କେତେ ଆବେଗ ନେଇ ମହାପ୍ରଭୁଙ୍କ ଦର୍ଶନ ଟିକେ ପାଇବା ପାଇଁ କେତେ ପ୍ରତିବନ୍ଧକ ଡେଇଁ ଶ୍ରୀମନ୍ଦିର ସିଂହଦ୍ବାରରେ ଦିବ୍ୟାଙ୍ଗ ଭକ୍ତ ପହଞ୍ଚୁଛନ୍ତି । କିଏ ବୁହା ହୋଇଯାଉଛନ୍ତି ତ ଆଉ କିଏ ଲୋଟି ଲୋଟି ବଡ଼ ଦେଉଳ ଭିତରକୁ ଯାଉଛନ୍ତି । ଦୃଶ୍ୟ ଦେଖିଲେ ଲାଗୁଛି, ଏହି କାଳିଆ ପ୍ରେମୀଙ୍କୁ ବୟସର ବୋଝ ଆଗରେ ବ୍ୟବସ୍ଥାର ବୋଝ ବଳି ପଡ଼ିଯାଇଛି । କାରଣ ଆଜି ଯାଏଁ ଜଗତଠାକୁରଙ୍କୁ ଦର୍ଶନ ପାଇଁ ଆସିଥିବା ଦିବ୍ୟାଙ୍ଗ ଭକ୍ତଙ୍କ ପାଇଁ ନା ରହିଛି ସ୍ବତନ୍ତ୍ର ବ୍ୟବସ୍ଥା ନା ବରିଷ୍ଠ ନାଗରିକ ପାଇଁ ଦିଆଯାଇଛି ସ୍ବତନ୍ତ୍ର ଧ୍ୟାନ ।
