ସ୍ୱତନ୍ତ୍ର

ଆଜି ଦୋଳ ପୂର୍ଣ୍ଣିମା, ପୁରପଲ୍ଲୀରେ ଉତ୍ସବମୁଖର ପରିବେଶ

2
(1)

ଆଜି ପବିତ୍ର ଦୋଳ ପୂର୍ଣ୍ଣିମା । ପୁରପଲ୍ଲୀରେ ଉତ୍ସବମୁଖର ପରିବେଶ । ଦୋଳବିମାନରେ ବସି ଭକ୍ତଙ୍କଠାରୁ ଭୋଗ ଖାଇବେ ଦୋଳଗୋବିନ୍ଦ । ଫାଲଗୁନ ମାସ ଶୁକ୍ଳ ପକ୍ଷ ଫଗୁ ଦଶମୀ ତିଥିରୁ ଓଡ଼ିଶାରେ ଆରମ୍ଭ ହୋଇଥାଏ ଦୋଳ ପର୍ବ । ଏହି ଅବସରରେ ଦୋଳ ଗୋବିନ୍ଦଙ୍କର ଯାତ୍ରା ଓ ଗ୍ରାମ ପରିକ୍ରମା ଆରମ୍ଭ ହୋଇଥାଏ । ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି ଝୁଲଣ ମଣ୍ଡପରେ ଦୋଳି ଝୁଲିବା ସହିତ ସୁସଜ୍ଜିତ ବିମାନରେ ବିଜେ କରିଥାଆନ୍ତି । ଶ୍ରୀରାଧାକୃଷ୍ଣ ବିମାନରେ ବିରାଜମାନ ହୋଇ ଘରେ ଘରେ ଭୋଗ ଖାଆନ୍ତି ।

ଦୋଳ ପଡ଼ିଆ ବା ମେଲଣ ପଡ଼ିଆରେ ବିଭିନ୍ନ ଗ୍ରାମରୁ ଆସିଥିବା ବିମାନର ମେଳନ ହୁଏ । ସାରା ରାଜ୍ୟରେ ଦୋଳ ପୂର୍ଣ୍ଣିମାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ପ୍ରତିବର୍ଷ ଏହି ଦିନକୁ ଶ୍ରଦ୍ଧାର ସହିତ ସମସ୍ତେ ଅପେକ୍ଷା କରି ରହିଥାନ୍ତି । ଦୋଳଯାତ୍ରାର ଅନ୍ୟତମ ପ୍ରଧାନ ବିଭବ ହେଉଛି ଅବିର ଖେଳ । ଦୋଳ ପୂର୍ଣ୍ଣିମାର ପର ଦିନ ଅର୍ଥାତ ଆସନ୍ତାକାଲି ପାଳିତ ହେବ ରଙ୍ଗର ପର୍ବ ହୋଲି ।

How useful was this post?

Click on a star to rate it!

Average rating 2 / 5. Vote count: 1

No votes so far! Be the first to rate this post.

We are sorry that this post was not useful for you!

Let us improve this post!

Tell us how we can improve this post?

SHARE