ଆଜିଠାରୁ ଆରମ୍ଭ ହେଲା +୨ ନାମଲେଖା ପାଇଁ ଆବେଦନ
ଆଜିଠାରୁ ଆରମ୍ଭ ହେଲା +୨ ନାମଲେଖା ପାଇଁ ଆବେଦନ । ଦିନ ୧୧ଟାରୁ https://samsodisha.gov.in ପୋର୍ଟାଲରେ ହୋଇଛି କମନ ଆପ୍ଲିକେସନ୍ ଫର୍ମ । ଜୁଲାଇ ୬ ତାରିଖ ସୁଦ୍ଧା ନାମ ପଞ୍ଜିକରଣ କରିପାରିବେ ଛାତ୍ରଛାତ୍ରୀ । ଜୁଲାଇ ୧୮ ତାରିଖରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ ।
ବିଜ୍ଞାନ , କଳା ଓ ବାଣିଜ୍ୟ, ଉପଶାସ୍ତ୍ରୀ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ନାମଲେଖା ପାଇଁ ଆବେଦନ କରିବେ ଛାତ୍ରଛାତ୍ରୀ ।ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଜୁଲାଇ ୧୯ରୁ ୨୩ ମଧ୍ୟରେ ଅନୁଷ୍ଠିତ ହେବ । ଏଥର ରାଜ୍ୟର ୨ ହଜାର ୧୨୧ ଯୁକ୍ତ ଦୁଇ କଲେଜର ୫ଲକ୍ଷ ୨୫ ହଜାର ୪୬୫ ସିଟରେ ନାମଲେଖା ହେବ । କଳା ବିଭାଗରେ ସର୍ବାଧିକ ୨ଲକ୍ଷ ୯୪ ହଜାର ୮୪୦ ସିଟ୍, ବିଜ୍ଞାନରେ ୧ଲକ୍ଷ ୬୬ ହଜାର ୯୨୯, ବାଣିଜ୍ୟରେ ୪୦ ହଜାର ୧୦୪, ସଂସ୍କୃତରେ ୧୩ ହଜାର ୮୮ ଓ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦ ହଜାର ୫୦୪ ସିଟରେ ନାମଲେଖା କରିବାକୁ ନିଷ୍ପତି ନିଆଯାଇଛି ।
Related posts:
ଓଏସଏସଟିଇଟି-୨୦୨୪: ଜାନୁଆରୀ ୧୭ରେ ପରୀକ୍ଷାDecember 7, 2024
ଭାଇ ରାହୁଲ ଗାନ୍ଧିଙ୍କ ରେକର୍ଡ ଭାଙ୍ଗିଲେ ପ୍ରିୟଙ୍କାNovember 23, 2024
ପ୍ରକାଶ ପାଇଲା OTET ରେଜଲ୍ଟNovember 22, 2024
ରୋଚକ ରାଜ୍ୟ ରାଜନୀତି, ନେତା ଖୋଲିଲେ ନିଜ ଦଳ ନେତାଙ୍କ ଗୁମରNovember 22, 2024
ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମNovember 21, 2024
ଆଦାନୀଙ୍କ ବିରୋଧରେ ଆମେରିକା ଆଣିଲା ୨୬୫ ମିଲିୟନ୍ ଡଲାରର ଲାଞ୍ଚ ଅଭିଯୋଗNovember 21, 2024